ETV Bharat / city

ଗଞ୍ଜାମରେ ଗ୍ରୀଷ୍ଣ ପ୍ରଭାବ, ସତର୍କ କରାଇଲେ ଗଞ୍ଜାମ ଜିଲ୍ଲାପାଳ

author img

By

Published : Apr 26, 2022, 10:18 AM IST

ଗତ ଦୁଇରୁ ତିନି ଦିନ ମଧ୍ୟରେ ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ବୃଦ୍ଧି ପାଇଛି । ଏଥିରୁ ଗଞ୍ଜାମ ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ । ଅଧିକ ପଢ଼ନ୍ତୁ

ଗଞ୍ଜାମରେ ଗ୍ରୀଷ୍ଣ ପ୍ରଭାବ, ସତର୍କ କରାଇଲେ ଗଞ୍ଜାମ ଜିଲ୍ଲାପାଳ
ଗଞ୍ଜାମରେ ଗ୍ରୀଷ୍ଣ ପ୍ରଭାବ, ସତର୍କ କରାଇଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗତ ଦୁଇରୁ ତିନି ଦିନ ମଧ୍ୟରେ ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ବୃଦ୍ଧି ପାଇଛି । ଏଥିରୁ ଗଞ୍ଜାମ ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଦିନକୁ ଦିନ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାବେଳେ ଏଭଳି ସମୟରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି । ତା ସହିତ ପ୍ରତ୍ୟେକ ଅଫିସ ସମେତ ବିଭିନ୍ନ କାର୍ଯ୍ୟସ୍ଥଳୀରେ କେବଳ ଓ ସନ୍ଧ୍ୟାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ମଧ୍ୟାହ୍ନରେ ଖରାର ପ୍ରଭାବ ଅଧିକ ରହୁଛି । ତେଣୁ ଏହି ସମୟରେ ଘରେ ରହିବା ସହିତ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକୁ ପାଳନ କରିବାକୁ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆବଶ୍ୟକ ପଡିଲେ ନିକଟସ୍ଥ ସ୍ୱାସ୍ଥକେନ୍ଦ୍ର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଏଭଳି ସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରମାନଙ୍କୁ ମଧ୍ୟ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.