ETV Bharat / city

ଗଞ୍ଜାମ-ଛତ୍ରପୁର ବଜାରରେ ବ୍ୟବସାୟୀଙ୍କ ପଞ୍ଚସୁତ୍ର ନିୟମ ତଦାରଖ କଲେ ଜିଲ୍ଲାପାଳ

author img

By

Published : Sep 23, 2020, 5:33 PM IST

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସହରର ସମସ୍ତ ଦୋକାନ ବଜାର ବୁଲି କୋରୋନା ସହ କିପରି ମୁକାବିଲା କରିବେ ସେନେଇ ବ୍ୟବସାୟୀ ମାନଙ୍କୁ ପଞ୍ଚସୁତ୍ର ନିୟମ ଶିଖାଉଥିଲେ । ସମ୍ପୂର୍ଣ୍ଣ ପଢନ୍ତୁ...

ଗଞ୍ଜାମ-ଛତ୍ରପୁର ବଜାରରେ ବ୍ୟବସାୟୀଙ୍କ ପଞ୍ଚସୁତ୍ର ନିୟମକୁ ତଦାରଖ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧିରେ ଧିରେ କୋଭିଡ ସ୍ଥିତିରେ ସୁଧାର ଆସୁଥିବା ବେଳେ ଏହାକୁ ନେଇ ଅଧିକରୁ ଅଧିକ ସତର୍କ ରହିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ବାରମ୍ୱାର ଅପିଲ କରାଯାଇଛି । ଏଭଳି ସ୍ଥିତିରେ କିଛି ଦିନର ବ୍ୟବଧାନ ପରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ପ୍ରମୁଖ ବଜାର ପରିକ୍ରମା କରି ବ୍ୟବସାୟୀଙ୍କ ପଞ୍ଚସୁତ୍ର ନିୟମକୁ ତଦାରଖ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସହରର ଅପର ବସଷ୍ଟାଣ୍ଡ ଠାରୁ ମୁଖ୍ୟରାସ୍ତା ଦେଇ ଦାଶିରି ଜଗନ୍ନାଥ ମନ୍ଦିର ଛକ ପର୍ଯ୍ୟନ୍ତ ଚାଲି ଚାଲି ସମସ୍ତ ଦୋକାନ ଯାଞ୍ଚ କରିଥିଲେ । ଏହି ସମୟରେ ସାମାଜିକ ଦୂରତା, ବ୍ୟାରିକେଡ, କଣ୍ଟ୍ରାକ୍ଟ ଡାଏରୀ, ମାସ୍କ ଓ ସାନିଟାଇଜର ଆଦି ପଞ୍ଚସୂତ୍ର ନିୟମକୁ ବ୍ୟବସାୟୀ ମାନେ କଡାକଡି ଭାବେ ପାଳନ କରୁଥିବା ନେଇ ଜିଲ୍ଲାପାଳ ସନ୍ତୋଷଜନକ ହୋଇଥିଲେ । ଏହି ଅବସରରେ ସହରର ସଫେଇ କାର୍ଯ୍ୟକୁ ମଧ୍ୟ ପରଖି ଦେଖିଥିଲେ । ଯେଉଁମାନେ ଡଷ୍ଟବିନ ବ୍ୟବହାର କରୁନାହାଁନ୍ତି ସେମାନଙ୍କୁ ଡଷ୍ଟବିନ ବ୍ୟବହାର କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ ।

ଛତ୍ରପୁର ସହରରେ ନାଇଟ ସିଫ୍ଟରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲଙ୍ଗେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୌଣସି ରୋଗୀଙ୍କ ବିଷୟରେ କିଛି ସନ୍ଦେହ ଜାତ ହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ନିମନ୍ତେ ଔଷଧ ଦୋକାନୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଯାଞ୍ଚ ବେଳେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ପରିମଳ ନୀରିକ୍ଷକ ଗୌରହରୀ ପଣ୍ଡା, ଏସ.ଦାଲେୟା ରେଡ୍ଡୀ, ପ୍ରଭାକର ବେହେରା, ଜଗଦୀଶ ରେଡ୍ଡୀ, ଶ୍ରୀମଦ ପାତ୍ର ଓ ଠିକାଦାର ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.