ETV Bharat / city

ବିଦ୍ୟାଳୟ ବୁଲି ସମୀକ୍ଷା ସହ ପାଠ ପଢାଇଲେ ଗଞ୍ଜାମ ଜିଲ୍ଲାପାଳ

ବେଗୁନିଆପଡା ବ୍ଲକର ବିଭନ୍ନ ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟର ସମୀକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।ଅଧିକ ପଢନ୍ତୁ...

ବେଗୁନିଆପଡା ବ୍ଲକର 5ଟି ହାଇସ୍କୁଲ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Oct 28, 2021, 8:45 AM IST

ବ୍ରହ୍ମପୁର : ୫ଟି ଅଧିନରେ ବେଗୁନିଆପଡା ବ୍ଲକର ବିଭନ୍ନ ହାଇସ୍କୁଲରେ ରୂପାନ୍ତରିତ କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଗତକାଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବ୍ଲକ ଗସ୍ତରେ ଆସି ଅଙ୍ଗାରଗାଁ ହାଇସ୍କୁଲ ,ପାଇକପଡା ବଟେଶ୍ୱର ହାଇସ୍କୁଲ ,ରାଜପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତରିତ କାର୍ଯ୍ୟକ୍ରମ ବୁଲି ଅନୁଧ୍ୟାନ କରିବା ସହ ଶ୍ରେଣୀ ଗୃହ ବୁଲି ଛାତ୍ରଛାତ୍ରୀଙ୍କ ସହ ପାଠପଢା ନେଇ ଆଲୋଚନା କରିଥିଲେ । ଏହାପରେ ସ୍କୁଲ ପରିସରରେ ବୃକ୍ଷ ରୋପଣ, ଅମରେଶ୍ବର ମନ୍ଦିରର ପୋଖରୀ ସୌନ୍ଦର୍ଯ୍ୟକରଣ ଏବଂ ପାର୍କ ପରିଦର୍ଶନ କରିଥିଲେ ।

ବେଗୁନିଆପଡା ବ୍ଲକର 5ଟି ହାଇସ୍କୁଲ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ତେବେ ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ୮୩ ଗୋଟି ହାଇସ୍କୁଲର ରୂପାନ୍ତରୀତ ହୋଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସହ ଆଗମୀ ଦିନରେ ୨୩୩ ଟି ସ୍କୁଲ ରୂପାନ୍ତରିତ କାର୍ଯ୍ୟ ହାତକୁ ନିଆଯିବ ନେଇ ସୂଚନା ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ବିଡ଼ିଓ ବେଦବର ପ୍ରଧାନଙ୍କ ସମେତ ବ୍ଳକ ସ୍ତରୀୟ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.