ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହରରେ ସ୍ବଚ୍ଛତା ବ୍ୟବସ୍ଥାର ତଦାରଖ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜ ଗସ୍ତ ସମୟରେ ସହରରେ କୋଭିଡ୍-୧୯ ନିୟମକୁ କେତେ ପାଳନ କରୁଛନ୍ତି ତାହାକୁ ନେଇ ବିଭିନ୍ନ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ ।
ଏଥିସହ ସ୍ଥାନୀୟ ବାସିନ୍ଦାଙ୍କୁ ମାସ୍କ ପରିଧାନ କରିବାକୁ ନେଇ ଆଲୋଚନା କରିବା ସହିତ ମାସ୍କ ପୁନ୍ଧୁନଥିବା ବ୍ୟକ୍ତିବିଶେଷଙ୍କୁ ମାସ୍କ ବଣ୍ଟନ କରିଥିଲେ ଜିଲ୍ଲାପାଳ । ଏଥିସହ ସେଠାକାର ମାର୍କେଟ କମ୍ପ୍ଳେକ୍ସ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ମୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ