ETV Bharat / city

ସଂଘର୍ଷ କାହାଣୀର ପ୍ରେରଣା ସାଂସଦ ପ୍ରମିଳା - pramila bisoyi journey

ଜଣେ ଅପାଠୁଆ , ଗ୍ରାମୀଣ ମହିଳା ହୋଇ ସେ ଘର କୋଣରେ ଭାଗ୍ୟକୁ ଆଦିରି ପଡିନଥିଲେ । ଗାଁ ସ୍କୁଲର ହାଣ୍ଡିଶାଳରୁ ସ୍ବୟଂ ସହାୟକ ଗୋଷ୍ଠୀ ଆଉ ତାପରେ ରାଜନୀତି । ନିଜେ ସ୍ବାବଲମ୍ବୀ ସହ ହଜାର ହଜାର ମହିଳାଙ୍କୁ ଦେଇଛନ୍ତି ନୂଆ ପରିଚୟ । ଏଥିପାଇଁ ଆଜି ସେ କାହାର ପରି ମା’ ତ ପୁଣି କାହା ପାଇଁ ପ୍ରମିଳା ମାଉସି ସାଜି ସାଉଁଟିଛନ୍ତି ଅପାର ସ୍ନେହ ଶ୍ରଦ୍ଧା ।

From village to parliament , pramila bisoyi make a long journey
ପଲ୍ଲୀରୁ ଦିଲ୍ଲୀ ପ୍ରମିଳାଙ୍କ ଯାତ୍ରା
author img

By

Published : Mar 21, 2020, 4:31 PM IST

ବ୍ରହ୍ମପୁର: ଏକ ସାଧାରଣ ମହିଳାରୁ ଜୀବନ ବ୍ୟାପି ଉଦ୍ୟମ , ସମାଜ ସେବା, ମହିଳା ଙ୍କୁ ସଶକ୍ତିକରଣ ଠାରୁ ଆରମ୍ଭ କରି ଜଙ୍ଗଲ ସୁରକ୍ଷା , ଜୀବଜନ୍ତୁ ଙ୍କ ପ୍ରତି ଭଲପାଇବା ତାଙ୍କୁ ପଲ୍ଲୀରୁ ଦିଲ୍ଲୀରେ ପହଞ୍ଚାଇପାରିଛି । ଆଉ ଏଭଳି କାର୍ଯ୍ୟ କୁ ନେଇ ସମୟାନୁକ୍ରମେ ସେ ପାଲଟିଯାଇଛନ୍ତି ମହିଳାଙ୍କ ପାଇଁ ଉଦାହରଣ । ସେ ଆଉ କେହି ନୁହନ୍ତି ଆମ ରାଜ୍ୟର ଚର୍ଚ୍ଚିତ ସାଂସଦ ପ୍ରମିଳା ବିଷୋୟୀ ।

ସାଧାରଣଙ୍କ ଭିତରେ ସେ ଅସାଧାରଣ ବ୍ୟକ୍ତିତ୍ବଟିଏ

2019 ସାଧାରଣ ନିର୍ବାଚନ ସମୟରେ ଚର୍ଚ୍ଚାକୁ ଆସିଥିବା ଏହି ପଲ୍ଲୀର ମାଆ ତଥା ଆସିକା ସାଂସଦ ପ୍ରମିଳା ବିଷୋୟୀ । ବୟସ ୭1 ଛୁଇଁଲାଣି ତଥାପି ତାଙ୍କର କାର୍ଯ୍ୟ ଶୈଳୀ, ରାଜନୈତିକ ମଞ୍ଚରେ ଭାଷଣ ସହିତ ଗୀତ ସାଧାରଣ ଜନତାଙ୍କ ଉପରେ ବେଶ ପ୍ରଭାବ ପକାଇଛି ।

ଏଇଥିପାଇ ତ ମାତ୍ର ତୃତୀୟ ପାଠ ପଢି ଥିବା ପ୍ରମିଳା ଆଜି ନିଜ ଗାଁ ଚେରମାରିଆରେ କେବଳ ନୁହେଁ ବରଂ ସାରା ଜିଲ୍ଲା ତଥା ରାଜ୍ୟରେ ପରିଚିତ ହୋଇପାରିଛନ୍ତି । ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ଥିବା ମହିଳାଙ୍କ ସଂଙ୍ଘ ଗଠନ , ଗ୍ରାମବାସୀଙ୍କୁ ଏକତ୍ରିତ କରି ବାହ୍ୟ ମଳମୁକ୍ତ ଅଞ୍ଚଳ ଗଠନ ଠାରୁ ପୋଖରୀ ଖନନ , ବନୀକରଣ , ମୟୂର ସୁରକ୍ଷା , ଜଙ୍ଗଲ ସୁରକ୍ଷା ଭଳି ତମାମ ସାମାଜିକ କାର୍ଯ୍ୟ କରି ସେ ନାରୀ ସଶକ୍ତିକରଣ ପାଇଁ ପାଲଟିଯାଇଛନ୍ତି ଏକ ଅନନ୍ୟ ଉଦାହରଣ ।

ସାଂସଦ ହୋଇ ବି ସେ ଏବେ ଗ୍ରାମାଞ୍ଚଳର ଓଡିଆ ବୋହୁ ଭାବରେ ବିତାଉଛନ୍ତି ଜୀବନ । ବୟସର ଅପରାହ୍ଣରେ ବି ତାଙ୍କ ମନରେ ରହିଛି ଅତୁଟ ବିଶ୍ବାସ । ଆଉ ଏହି ମନୋବଳ ହିଁ ତାଙ୍କ କୁଞ୍ଚିତ ଶରୀରକୁ ଆଣି ଦେଇଛି ଅମୋଘ ଶକ୍ତି । ଏଥିପାଇଁ ସାଧାରଣ ହୋଇ ବି ସେ ଆଜି ଅସାଧାରଣ ।

ଜଣେ ଅପାଠୁଆ , ଗାଉଁଲି ମହିଳା ହୋଇ ସେ ଘର କୋଣରେ ଭାଗ୍ୟକୁ ଆଦିରି ପଡିନଥିଲେ । ଗାଁ ସ୍କୁଲର ହାଣ୍ଡିଶାଳରୁ ସ୍ବୟଂ ସହାୟକ ଗୋଷ୍ଠୀ ଆଉ ତାପରେ ରାଜନୀତି । ନିଜେ ସ୍ବାବଲମ୍ବୀ ହେବାସହ 18 ବର୍ଷ ସଂଘର୍ଷ କରି ହଜାର ହଜାର ମହିଳାଙ୍କୁ କରିଛନ୍ତି ଆତ୍ମନିର୍ଭରଶୀଳ ,ସେମାଙ୍କୁ ଦେଇଛନ୍ତି ନୂଆ ପରିଚୟ । ଏଥିପାଇଁ ଆଜି ସେ ସାଉଁଟିଛନ୍ତି ଲୋକଙ୍କ ଅପାର ସ୍ନେହ ଶ୍ରଦ୍ଧା ।

ବ୍ରହ୍ମପୁରର ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.