ETV Bharat / city

ବାଇକରେ କୁମ୍ଭୀର ବୋହିବା ଘଟଣା, ନିଲମ୍ୱିତ ହେଲେ ଡେପୁଟି ରେଞ୍ଜର - ବ୍ରହ୍ମପୁର ଖବର

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ତଲାସିଂ ଗ୍ରାମରେ ଏକ ଧାନ କିଆରୀରୁ କୁମ୍ଭୀର ଉଦ୍ଧାର ଘଟଣା । ପରେ କୁମ୍ଭୀରକୁ ମୋଟର ସାଇକେଲରେ ନିଆଯିବା ଘଟଣାକୁ ଗୁରୁତ୍ବର ସହ ନେଇଛି ବନ ବିଭାଗ । ନିତିନିୟମର ଉଲ୍ଲଙ୍ଘନ ହୋଇଥିବା ନେଇ ଦିଗପହଣ୍ଡିର ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡଗରାୟ ନିଲମ୍ୱିତ ।

ବାଇକରେ କୁମ୍ଭୀରକୁ ନିଆଯିବା ଘଟଣା, ନିଲମ୍ୱିତ ହେଲେ ଡେପୁଟି ରେଞ୍ଜର

author img

By

Published : Sep 14, 2020, 4:57 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ତଲାସିଂ ଗ୍ରାମରେ ଏକ ଧାନ କିଆରୀରୁ କୁମ୍ଭୀର ଉଦ୍ଧାର ଘଟଣା । ଏହାସହ କୁମ୍ଭୀରକୁ ମୋଟର ସାଇକେଲରେ ନିଆଯିବା ଘଟଣାକୁ ଗୁରୁତ୍ବର ସହ ନେଇଛି ବନ ବିଭାଗ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବ୍ରହ୍ମପୁର ଆର୍.ସି.ସି.ଏଫ୍ ଉଦ୍ଧାର କୁମ୍ଭୀରକୁ ସୁରକ୍ଷିତ ଭାବେ ଛଡାଯିବା ପାଇଁ ରହିଥିବା ନିତିନିୟମର ଉଲ୍ଲଙ୍ଘନ ହୋଇଥିବା ନେଇ ଦିଗପହଣ୍ଡିର ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡଗରାୟଙ୍କୁ ନିଲମ୍ୱିତ କରିଛନ୍ତି ।

ବାଇକରେ କୁମ୍ଭୀରକୁ ନିଆଯିବା ଘଟଣା, ନିଲମ୍ୱିତ ହେଲେ ଡେପୁଟି ରେଞ୍ଜର
ବାଇକରେ କୁମ୍ଭୀରକୁ ନିଆଯିବା ଘଟଣା, ନିଲମ୍ୱିତ ହେଲେ ଡେପୁଟି ରେଞ୍ଜର

୬ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏହି କୁମ୍ଭୀରକୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍ଧାର କରାଯିବା ପରେ ସ୍ଥାନୀୟ କେତେକ ଯୁବକ ଉଦ୍ୟମ କ୍ରମେ ଏବଂ ପୂର୍ବତନ ବନ ବିଭାଗର ଠିକା କର୍ମଚାରୀ କିଶୋର ଶୁକ୍ଲ ଏବଂ ଅନ୍ୟ ସହଯୋଗୀମାନେ ମୋଟର ସାଇକେଲରେ ନେବା ଏବଂ ଘୋଡାହାଡ ଜଳଭଣ୍ଡାରରେ ସୁରକ୍ଷିତ ଭାବରେ ଛାଡିବାର ଭିଡିଓ ଭାଇରାଲ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।

ଏପରିକି ଏହି ଘଟଣାକୁ ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଗୁରୁତ୍ବର ସହ ନିଆଯାଇଥିବା ବେଳେ ଏଥିରେ ଆଉ କେଉଁ କର୍ମଚାରୀଙ୍କ ଦାୟିତ୍ୱହୀନତା ରହିଛି ତାହାର ତଦନ୍ତ ଆରମ୍ଭ କରାଯାଇଥିବା ‘ଇଟିଭି ଭାରତ’କୁ ସୂଚନା ଦେଇଛନ୍ତି ବ୍ରହ୍ମପୁର ଡି.ଏଫ୍.ଓ କହିଛନ୍ତି ଅମ୍ଳାନ କୁମାର ନାୟକ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.