ETV Bharat / city

ରାଜ୍ୟରେ ପାଞ୍ଚ ପ୍ରକାର କୋରୋନା ଭୂତାଣୁ ଚିହ୍ନଟ, ଚିନ୍ତାରେ ଡାକ୍ତର

author img

By

Published : Aug 3, 2020, 8:04 PM IST

ରାଜ୍ୟରେ ପାଞ୍ଚ ପ୍ରକାର କୋରୋନା ଭୂତାଣୁ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ମନରେ ଛନକା । ଦେଶର 13 ରାଜ୍ୟରୁ ଓଡ଼ିଶାର 18 ଟି ଜିଲ୍ଲା କୁ ଆସିଥିବା ପ୍ରବାସୀଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ହୋଇଥିବା ପରୀକ୍ଷଣ ରୁ ଏଭଳି ସାଙ୍ଘାତିକ ତଥ୍ୟ ମିଳିଛି । ଅଧିକ ଖବର ପଢନ୍ତୁ...

ରାଜ୍ୟରୁ ପାଞ୍ଚ ପ୍ରକାର କୋରୋନା ଭୂତାଣୁ ଚିହ୍ନଟ ପରେ କିଭଳି କାର୍ଯ୍ୟ କରିବ ଭ୍ୟାକସିନ୍

ବ୍ରହ୍ମପୁର: ରାଜ୍ୟରେ ପାଞ୍ଚ ପ୍ରକାର କୋରୋନା ଭୂତାଣୁ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ମନରେ ଛନକା । ଦେଶର 13 ରାଜ୍ୟରୁ ଓଡ଼ିଶାର 18 ଟି ଜିଲ୍ଲା କୁ ଆସିଥିବା ପ୍ରବାସୀଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ହୋଇଥିବା ପରୀକ୍ଷଣ ରୁ ଏଭଳି ସାଙ୍ଘାତିକ ତଥ୍ୟ ମିଳିଛି । ଏଭଳି ରିପୋର୍ଟ ମିଳିବା ପରେ ଆଗାମୀ ଦିନରେ ଆସିବାକୁ ଥିବା ଭ୍ୟାକସିନ୍ କିଭଳି କାର୍ଯ୍ୟ କରିବ ତାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି।

କୋରୋନା ମହାମାରୀ ଭୂତାଣୁ ସମ୍ପର୍କରେ ବିଭିନ୍ନ ପ୍ରକାର ଗବେଷଣା ଜାରି ରହିଥିବା ବେଳେ ଏହି ଭୂତାଣୁର ବିଭିନ୍ନ ରୂପ ଚିହ୍ନଟ କରିବା କ୍ଷେତ୍ରରେ ଓଡିଶା ଏକ ପ୍ରକାର ସଫଳତା ହାସଲ କରିଛି । ଆମ ରାଜ୍ୟରେ କେତେ ପ୍ରକାରର କୋରୋନା ଭୂତାଣୁ ଜନସାଧାରଣଙ୍କୁ ସଂକ୍ରମିତ କରିବାରେ ଲାଗିଛି ତାହାକୁ ନେଇ କରାଯାଇଥିବା ଗବେଷଣାରେ ପାଞ୍ଚ ପ୍ରକାର କୋରୋନା ଭୂତାଣୁ ଚିହ୍ନଟ କରାଯାଇଛି ।

ରାଜ୍ୟର 18 ଜିଲ୍ଲାରୁ ମୋଟ 225 ନମୂନା ସଂଗ୍ରହ କରାଯାଇ ବିଶ୍ଳେଷଣ କରାଯାଇଥିଲା । ଚିହ୍ନଟ ହୋଇଥିବା ଭୂତାଣୁ ମଧ୍ୟରୁ ୧୯-ଏ ,୧୯-ବି,୨୦-ଏ ,୨୦-ବି ଓ ୨୦-ସି ହୋଇଥିବା ବେଳେ ୨୦ ସି ଭୂତାଣୁ କେବଳ ଓଡ଼ିଶାରେ ସ୍ଥାନୀୟ ବିବର୍ତ୍ତନରୁ ସୃଷ୍ଟି ହୋଇଛି ।

ତେବେ ଭ୍ୟାକସିନର ପ୍ରସ୍ତୁତି ଓ କାର୍ଯ୍ୟକାରିତା ନେଇ ବ୍ରହ୍ମପୁର ସହରର ଏଣ୍ଡୋକୋଲୋଜିଷ୍ଟ ବରିଷ୍ଠ ଚିକିତ୍ସକ ଡା.ସୁନିଲ କୋଟା ଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.