ETV Bharat / city

ଗୋଷାଣି ନୂଆଗାଁ ଗୁଳିମାଡ ଘଟଣା, ଅଭିଯୁକ୍ତ ଗିରଫ - ଗୋଷାଣିନୂଆଗାଁ ଅଞ୍ଚଳର ଗୁଳିମାଡ ଘଟଣା

ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଅଞ୍ଚଳର ଗୁଳିମାଡ ଘଟଣାରେ ପୋଲିସ ଅଭିଯୁକ୍ତ ଶିବରାମ ପାଳକୁ ଗିରଫ କରିଛି । ଅଧିକ ପଢନ୍ତୁ

ଗୋଷାଣିନୂଆଗାଁ ଅଞ୍ଚଳର ଗୁଳିମାଡ ଘଟଣା, ଅଭିଯୁକ୍ତ ଗିରଫ

author img

By

Published : Dec 27, 2021, 7:07 AM IST

ବ୍ରହ୍ମପୁର: ଗୋଷାଣି ନୂଆଗାଁ ଅଞ୍ଚଳର ଗୁଳିମାଡ ଘଟଣାର ଅଭିଯୁକ୍ତକୁ ଗିରଫ କଲା ପୋଲିସ । ବ୍ରହ୍ମପୁର ସହରର ଗୋଷାଣି ନୂଆଗାଁ ଅଞ୍ଚଳର ହୋଇଯାଇଥିବା ଗୁଳିମାଡ ଘଟଣାରେ ପୋଲିସ ଅଭିଯୁକ୍ତ ଶିବରାମ ପାଳକୁ ଗିରଫ କରିଛି ପୋଲିସ ।

ଗତ ଡିସେମ୍ୱର ୧ ତାରିଖ ଦିନ ଗୋଷାଣିନୂଆଗାଁ ଅଞ୍ଚଳରେ ସଚିନ୍ ଚୌଧୁରୀ ଓରଫ ରିଙ୍କୁଙ୍କ ଉପରକୁ ଶାଳିଆବନ୍ଧ ସାହିର ଶିବରାମ ପାଳ ଦୁଇ ରାଉଣ୍ଡ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଏହି ଘଟଣାରେ ସଚିନଙ୍କ ହାତକୁ ଗୁଳି ବାଜିଥିବା ବେଳେ ତାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରି ଶେଷରେ ଶିବରାମକୁ ଗିରଫ କରିଥିବା ବେଳେ ତାରି ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ଦୁଇଟି କ୍ୟାଟରିଜ୍ ଏବଂ ଗୋଟିଏ ମୋଟର ସାଇକେଲକୁ ଜବତ କରାଯାଇଥିବା ବ୍ରହ୍ମପୁର ପୋଲିସ ପକ୍ଷରୁ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.