ETV Bharat / city

ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ବ୍ରହ୍ମପୁରରେ ମହାମାରୀ ସଙ୍କଟ ମଧ୍ୟରେ ସେବା ଯୋଗାଇବାକୁ ଯାଇ କୋରୋନା ସଂକ୍ରମଣରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହୟତା ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Dec 28, 2020, 7:08 AM IST

ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ବ୍ରହ୍ମପୁର: ମୃତ କୋରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହୟତା । ମହାମାରୀ ସଙ୍କଟ ମଧ୍ୟରେ ସେବା ଯୋଗାଇବାକୁ ଯାଇ କୋରୋନା ସଂକ୍ରମଣରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହୟତା ଯୋଗାଇ ଦିଆଯାଇଛି । ରବିବାର ୬ ଜଣ କୋରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ଏହାସହ ଆସନ୍ତା ସପ୍ତାହରେ ଆଉ ୮ ଜଣ କୋରୋନା ଯୋଦ୍ଧାଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଆର୍ଥିକ ସହାୟତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଛନ୍ତି, କୋଭିଡ ମହାମାରୀ ସମୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧିକାରୀ ନିଜ ଜୀବନ ପ୍ରତି ବିପଦ ଥାଇ ମଧ୍ୟ ସାହସିକତାର ସହ ଅହରହ ସେବା ଯୋଗାଇଥିଲେ । ସେଥିପାଇଁ ଜିଲ୍ଲାବାସୀଙ୍କ ଅମୂଲ୍ୟ ଜୀବନ ବଞ୍ଚିପାରିଥିଲା । ଯାହା ପ୍ରଶଂସାଯୋଗ୍ୟ । ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆଗାମୀ ଦିନରେ ଉକ୍ତ କୋରୋନା ଯୋଦ୍ଧା ପରିବାରବର୍ଗଙ୍କ ମଧ୍ୟରୁ ଜଣକୁ ପୁନଃ ଥଇଥାନରେ କର୍ମନିଯୁକ୍ତି ଦେବାର ବ୍ୟବସ୍ଥା କରିବା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ।

ସଭା କାର୍ଯ୍ୟ ଆରମ୍ଭରେ କୋରୋନା ଯୋଦ୍ଧାମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଆସ୍କା ବିଜ୍ଞାପିତ ଅଞ୍ଚଳର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବର୍ଗତ ଅଶୋକ କୁମାର ପଣ୍ଡାଙ୍କ ପୁଅ ଅନିଲ କୁମାର ପଣ୍ଡା, ହିଞ୍ଜିଳି ପୌରାଞ୍ଚଳର ପୂର୍ବତନ ଟ୍ୟାକ୍ସ କଲେକ୍ଟର ସ୍ବର୍ଗତ ଧନୁର୍ଦ୍ଧର ସ୍ବାଇଁଙ୍କ ପତ୍ନୀ ସବିତା ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ସହକାରୀ ଯନ୍ତ୍ରୀ ସ୍ବର୍ଗତ କୈଳାସ ଚନ୍ଦ୍ର ନାୟକଙ୍କ ପତ୍ନୀ ବିଷ୍ଣୁପ୍ରିୟା ନାୟକ, ପୂର୍ବତନ ମୁଖ୍ୟ ସହାୟକ ସ୍ବର୍ଗତ ଉପେନ୍ଦ୍ର ମାଝୀଙ୍କ ପତ୍ନୀ ସୌଦାମିନୀ ମାଝୀ, ପୂର୍ବତନ ଡ୍ରାଫ୍ଟସ ମ୍ୟାନ ସ୍ବର୍ଗତ ପ୍ରଶାନ୍ତ ପଣ୍ଡାଙ୍କ ପତ୍ନୀ ସବା ପଣ୍ଡା ଏବଂ ପୂର୍ବତନ ଖଲାସୀ ସ୍ବର୍ଗତ ବାବୁ ଲକ୍ଷ୍ମଣ ମୁଳିଙ୍କ ପତ୍ନୀ ଚୁମୀ ମୁଳିଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.