ବ୍ରହ୍ମପୁର: ରକ୍ତ ସମ୍ପର୍କରେ କଳଙ୍କ ଛିଟା । ଝିଅର ସମ୍ମାନ ରକ୍ଷା ବଦଳରେ ଜନ୍ମକଲା ଝିଅକୁ ଦୁଷ୍କର୍ମ କଲା ପିଶାଚ ବାପା । ବ୍ରହ୍ମପୁର ସହରର ବଡବଜାର ଥାନା ଅଞ୍ଚଳରେ ଜଣେ ଜନ୍ମଦାତାର ଏଭଳି ଅମାନୁଷିକ କାଣ୍ଡ ସାମ୍ନାକୁ ଆସିଛି । ମଦ୍ୟପାନ କରି ବ୍ୟକ୍ତିଟି ସାତ ବର୍ଷର ଝିଅ ସହ ଦୁଷର୍ମ କରିଥିବା ଜଣାପଡିଛି । ଏହି ଲଜ୍ଜାଜନକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଗତ କିଛି ବର୍ଷ ତଳେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ଅଭିଯୁକ୍ତଙ୍କ ପତ୍ନୀ ନିଜ ସାତ ବର୍ଷର ଝିଅ ଓ ପାଞ୍ଚ ବର୍ଷର ପୁଅକୁ ନେଇ ବାପଘର ଛାଡି ଦେଇ କେଉଁଆଡେ ଚାଲି ଯାଇଥିଲେ । ଆଉ ସେହି ସମୟରୁ ଅଭିଯୁକ୍ତଟି ନିଜ ଛୁଆଙ୍କ ଅବସ୍ଥା ବୁଝିବା ପାଇଁ ଶ୍ବଶୁର ଘରକୁ ଯିବାଆସିବା କରୁଥିଲେ ।
ମାତ୍ର ବୁଧବାର ରାତ୍ରି ସମୟରେ ଅଭିଯୁକ୍ତ ବାପା ମଦ୍ୟପାନ କରି ନିଜର ସାତ ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲା । ଏହି ସମୟରେ ଝିଅଟି ଚିତ୍କାର କରିବାରୁ ସାହି ବାସିନ୍ଦାମାନେ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ଏତିକିରେ ଅଭିଯୁକ୍ତର କାଣ୍ଡ ସରି ନଥିଲା । ଲୋକଙ୍କୁ ଦେଖି ଆତ୍ମହତ୍ୟା କରିବାର ଭୟ ଦେଖାଇଥିଲା ସେ । ଶେଷରେ ପୋଲିସ ଚତୁରତାର ସହ ତାକୁ କାବୁ କରିଛି । ଶିଶୁ ଆଇର ଅଭିଯୋଗକୁ ଭିତ୍ତି କରି ନାବାଳିକାକୁ ଉଦ୍ଧାର କରାଯାଇ ଡାକ୍ତରୀ ମାଇନା ପାଇଁ ଏମକେସିଜିକୁ ପଠାଯାଇଛି । ଏହି ଲଜ୍ଜାଜନକ ଘଟଣା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମାଡର ଗୁରୁତର ବାପାକୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ