ETV Bharat / city

ପିକଅପ ଭ୍ୟାନ ଧକ୍କାରେ ବାପା-ପୁଅ ମୃତ, ମା' ଝିଅ ଗୁରୁତର - ପିକଅଫ ଭ୍ୟାନ ସହ ମୋଟର ସାଇକେଲ ଧକ୍କା

ପିକଅଫ ଭ୍ୟାନ ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା । ଦୁଇ ମୃତ ,ଦୁଇ ଗୁରୁତର । ଅଧିକ ପଢନ୍ତୁ...

ପିକଅପ ଭ୍ୟାନ ଧକ୍କାରେ ବାପା-ପୁଅ ମୃତ , ମା' ଓ ଝିଅ ଗୁରୁତର

author img

By

Published : May 25, 2021, 7:37 AM IST

ବ୍ରହ୍ମପୁର: ପିକଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା । ଦୁଇ ମୃତ ,ଦୁଇ ଗୁରୁତର । ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ନାରାୟଣପୁର ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତାରେ । ଲାଞ୍ଜିଆ ଗ୍ରାମରୁ ଭୋଜି ଖାଇ ଏକ ମୋଟର ସାଇକେଲ ଯୋଗେ ସିଦ୍ଧେଶ୍ବର ଗ୍ରାମକୁ ଗୋଟିଏ ପରିବାରର ବାପା, ମା, ପୁଅ ଓ ଝିଅ ଫେରୁଥିବା ସମୟରେ ନାରାୟଣପୁର ଗ୍ରାମ ନିକଟରେ ଏକ ପିକ୍ ଅପ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପା ଓ ପୁଅର ମୃତ୍ୟୁ ଘଟିଥିବା ବେଳେ ମାଆ ଓ ଝିଅ ଦୁହେଁ ଗୁରୁତର ହୋଇଥିଲେ ।

2 ମୃତକ ହେଉଛନ୍ତି ସିଦ୍ଧେଶ୍ବର ଗ୍ରାମର ୩୮ ବର୍ଷୀୟ ବାବୁଲା ସାହୁ ଏବଂ ତାଙ୍କ ପାଞ୍ଚ ବର୍ଷର ପୁଅ ରିତେଶ ସାହୁ । ମୃତ ବାବୁଲାଙ୍କ ପତ୍ନୀ ସଙ୍ଗୀତା ଏବଂ ସାତ ବର୍ଷୀୟ ଝିଅ ରେଶମାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ପଠାଯାଇଥିଲା । ଘଟଣାସ୍ଥଳ ରେ ଗ୍ରାମବାସୀ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ଉଭୟ ବାପା ପୁଅର ମଡତ ଦେହକୁ ରଖି ରାସ୍ତା ଅବରୋଧ କରିଥିଲେ ।

ଖବରପାଇ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ସୁଦ୍ଧା ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିଲା । ସୂଚନାନୁଯାୟୀ ସୋମବାର ଦିନ ବାବୁଲା ଓ ତାଙ୍କ ପତ୍ନୀ ଦୁଇ ପିଲାଙ୍କ ସହ ନିଜ ମୋଟର ସାଇକେଲ ଯୋଗେ ସଦରଥାନା ଅଧିନସ୍ଥ ଲାଞ୍ଜିଆ ଗ୍ରାମକୁ ସମ୍ପର୍କୀୟଙ୍କ ଭୋଜି ନିମନ୍ତେ ଯାଇଥିଲେ । ତେବେ ଭୋଜି ସାରି ଗ୍ରାମକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.