ETV Bharat / city

Farmer suicide: ଜୱାଦ ଉଜାଡି ଦେଲା ଚାଷ, ଜୀବନ ହାରିଲେ ଚାଷୀ - ଚାଷୀ ଆତ୍ମହତ୍ୟା ଗଞ୍ଜାମ

ଗଞ୍ଜାମ ଜିଲ୍ଲାଉଳୁମା ଗ୍ରାମରେ ଅଭାବନୀୟ ଘଟଣା । ଉଳୁମା ଗ୍ରାମରେ କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା (Farmer suicide) କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Farmer suicide: ଉଜୁଡି ଗଲା ଚାଷ, ଜୀବନ ହାରିଲେ ଚାଷୀ

author img

By

Published : Dec 6, 2021, 7:35 AM IST

ବ୍ରହ୍ମପୁର: ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା (Farmer suicide)ଘଟଣା । କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ଉଳୁମା ଗ୍ରାମରେ । ମୃତ ଚାଷୀ ଜଣଙ୍କ ୫୫ ବର୍ଷୀୟ କୈଳାସ ଶବର ହୋଇଥିବା ଜଣାପଡିଛି । ତେବେ ଚଳିତ ବର୍ଷ ନିଜେ ଚାଷ କରିଥିବା ଶସ୍ୟର କ୍ଷତି ସମ୍ଭାଳି ନପାରି ଚାଷୀ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Farmer suicide: ଉଜୁଡି ଗଲା ଚାଷ, ଜୀବନ ହାରିଲେ ଚାଷୀ

ସୂଚନାଅନୁଯାୟୀ ମୃତ ଚାଷୀଙ୍କ 20 ଡ଼ିସିମିଲ ଜମି ରହିଥିଲା । ଏପରିକି ମୃତକ ଜଣଙ୍କ ନିଜେ ଭାଗ ଚାଷୀ ରହିଥିବା ବେଳେ ସେ ପାଞ୍ଚ ଭରଣ ଜମିରେ ଚାଷ କରୁଥିଲେ । ଗତକାଲି ଚାଷୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବାପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର କୌଣସି ଋଣ ରହିଥିଲା କି ନାହିଁ କିମ୍ୱା ଅନ୍ୟ କୌଣସି କାରଣରୁ ଏପରି ଘଟଣା ଘଟିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ମୃତ ଦେହକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.