ETV Bharat / city

ଓଡିଶା-ଆନ୍ଧ୍ର ସୀମାନ୍ତରେ ଅବକାରୀ ଚଢାଉ, ଦେଶୀ ମଦ ଜବତ

author img

By

Published : Feb 10, 2021, 5:09 PM IST

ଓଡି଼ଶା ଓ ଆନ୍ଧ୍ର ସୀମାନ୍ତ ଗଞ୍ଜାମ ପାତ୍ରପୁର ଅଞ୍ଚଳରେ ଅବକାରୀ ବିଭାଗ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ମିଳିତ ଚଢାଉ । ବିପୁଳ ପରିମାଣର ଦେଶୀ ମଦ ଜବତ । ଅଧିକ ପଢନ୍ତୁ...

ଓଡିଶା-ଆନ୍ଧ୍ର ସୀମାନ୍ତରେ ଅବକାରୀ ଚଢାଉ, ଦେଶୀ ମଦ ଜବତ
ଓଡିଶା-ଆନ୍ଧ୍ର ସୀମାନ୍ତରେ ଅବକାରୀ ଚଢାଉ, ଦେଶୀ ମଦ ଜବତ

ବ୍ରହ୍ମପୁର: ଓଡି଼ଶା ଓ ଆନ୍ଧ୍ର ସୀମାନ୍ତ ଗଞ୍ଜାମ ପାତ୍ରପୁର ଅଞ୍ଚଳରେ ଅବକାରୀ ବିଭାଗ, ପୋଲିସ ଓ ମାଜିଷ୍ଟ୍ରେଟ ମିଳିତ ଚଢାଉ କରିଛନ୍ତି । ଚଢାଉ ସମୟରେ ବିପୁଳ ପରିମାଣର ଦେଶୀ ମଦ ସମେତ ଅପମିଶ୍ରିତ ଗୁଡ ଓ ପୋଚକୁ ଜବତ କରି ନଷ୍ଟ କରାଯାଇଛି ।

ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କ ନେତୃତ୍ବରେ ଅବକାରୀ ବିଭାଗ, ଜରଡା ପୋଲିସ ସମେତ ଆନ୍ଧ୍ର ପୋଲିସ ଏବଂ ଏପିଆର ମିଳିତ ଭାବେ ଗଙ୍ଗାପୁର, ରାମଚନ୍ଦ୍ରପୁର ଏବଂ ଶାସନ ଗାଁରେ ଚଢାଉ କରିଥିଲେ । ଫଳସୂରୁପ ରାମଚନ୍ଦ୍ରପୁରରୁ 7 ହଜାର 200 ଲିଟର ମଦ ପ୍ରସ୍ତୁତ ପାଇଁ ରହିଥିବା ଅପମିଶ୍ରିତ ଗୁଡ ପୋଚ, ଗାଙ୍ଗପୁର ଅଞ୍ଚଳରୁ 2 ହଜାର 200 ଲିଟର ଗୁଡ ପୋଚ ସହ 800 ଲିଟର ଦେଶୀ ରନ୍ଧାମଦ ଏବଂ ଶାନସଗାଁରୁ 3, 800 ଲିଟର ଅପମିଶ୍ରିତ ଗୁଡ ପୋଚ ଜବତ କରାଯାଇଥିବା ଅବକାରୀ ବିଭାଗର ଆଇଆଇସି ବାଳକୃଷ୍ଣ ପାତ୍ର ସୂଚନା ଦେଇଛନ୍ତି ।

ଏହି ଚଢାଉରେ ଜରଡା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ, ଅବକାରୀ ଆଇଆଇସି ମିହୀର କୁମାର ସେଠୀଙ୍କ ସମେତ ଅବକାରୀ ଓ ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.