ବ୍ରହ୍ମପୁର: ଲକ୍ ଡାଉନ ସମୟରେ ଗଞ୍ଜାମ ଜିଲ୍ଲାରେ ମଦ କାରବାର ଜାରି ରହିଛି। ଏହି କ୍ରମରେ ଜିଲ୍ଲାବ୍ୟାପି ଅବକାରୀ ଚଢାଉ କରାଯାଇ ୧୪ ଜଣଙ୍କୁ ଗିରଫ କରାଯାଇଛି ।
ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ବିଭିନ୍ନ ଟିମ ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ସହ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛନ୍ତି।
![ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ, ୧୪ ଗିରଫ](https://etvbharatimages.akamaized.net/etvbharat/prod-images/od-bam-excise-raid-7205524_29052020000305_2905f_1590690785_479.jpg)
ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ଆସ୍କା ଥାନା ଅଧିନସ୍ଥ କେନ୍ଦୁପଦର, ବାଲିସିରା ଓ ପାକଲାପଲ୍ଲୀ, ଏବଂ ସୋରୋଡା ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଳରାମପୁର, ଭାଲିଆପଲ୍ଲୀ ଓ ମାଟିଖାଲ ରେ ଚଢାଉ କରାଯାଇଥିଲା ।
ଚଢାଉରେ ୧୪ ଜଣଙ୍କୁ ଗିରଫ କରିବା ସହ ୯୪୦ ଲିଟର ଦେଶୀ ମଦ ଓ ୩ ହଜାର ୭ ଶହ କିଲୋ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛନ୍ତି । ଏହି ଚଢାଉ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ