ETV Bharat / city

ବାଧକ ସାଜିଲା ନିଶାସକ୍ତ ଗାଡିଚାଳନା: ଖାଲରେ ପଶିଲା ୧୦୮ ଆମ୍ବୁଲାନ୍ସ, ରୋଗୀ ହଟହଟା

author img

By

Published : Oct 27, 2021, 10:08 PM IST

ରୋଗୀଙ୍କୁ ଡାକ୍ତରଖାନା ନେବା ବାଟରେ ଖାଲରେ ପଶିଲା ଆମ୍ବୁଲାନ୍ସ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଥାନା ଅଞ୍ଚଳରେ । ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଅଧିକ ପଢନ୍ତୁ...

ବାଧକ ସାଜିଲା ନିଶାସକ୍ତ ଗାଡିଚାଳନା, ଖାଲରେ ପଶିଲା ୧୦୮ ଆମ୍ବୁଲାନ୍ସ, ରୋଗୀ ହଟହଟା

ବ୍ରହ୍ମପୁର: ପୁଣି ଜନସାଧାରଣଙ୍କ ପାଇଁ ବିପର୍ଯ୍ୟସ୍ତ ପାଲଟିଛି ଆମ୍ବୁଲାନ୍ସ ସେବା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଥାନା ଅଞ୍ଚଳରେ । ସୂଚନାନୁସାରେ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେଁ କଟକ ବଡ ମେଡିକାଲ ଅଭିମୁଖେ ଯାଉଥିବାବେଳେ ଏକ ଖାଲରେ ପଶିଯାଇଥିବା ଦେଖିବାକୁ ମିଳିଛି ।

ତେବେ ଗତକାଲି ବିଳମ୍ବିତ ରାତ୍ରରେ ଗୋଟିଏ 108 ଆମ୍ବୁଲାନ୍ସ ରାସ୍ତାର ଏକ ପାର୍ଶ୍ବରେ ଥିବା ଖାଲରେ ପଶି ଯାଇଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କିମ୍ବା ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ବ୍ରହ୍ମପୁର ସହରର MKCGରୁ ରୋଗୀ ଜଣକୁ ନେଇ କଟକ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିବାବେଳେ ପରେ ଅନ୍ୟ ଗାଡି ସାହାଯ୍ୟରେ ରୋଗୀଙ୍କୁ କଟକ ପଠାଯାଇଥିବା ନେଇ ସୂଚନା ମିଳିଛି l

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.