ETV Bharat / city

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଗୋଷ୍ଠୀ ସହନଶୀଳର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି

author img

By

Published : Jul 7, 2022, 5:06 PM IST

ପ୍ରତି ବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଥିବାରୁ ଏହାର ସଫଳ ମୁକାବିଲା ପାଇଁ ଗୋଷ୍ଠୀ ସହନଶୀଳର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । ଅଧିକ ପଢ଼ନ୍ତୁ

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଗୋଷ୍ଠୀ ସହନଶୀଳର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଗୋଷ୍ଠୀ ସହନଶୀଳର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି

ବ୍ରହ୍ମପୁର : ପ୍ରତି ବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଥିବାରୁ ଏହାର ସଫଳ ମୁକାବିଲା ପାଇଁ ଗୋଷ୍ଠୀ ସହନଶୀଳର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି ସମ୍ପର୍କିତ କର୍ମଶାଳା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ସ୍ଵସ୍ତି ପାମ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

CARITAS, India ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଶ୍ରୀ ପୃଷ୍ଟି ଜଣାଇଥିଲେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କ ବ୍ୟତୀତ ବିଭିନ୍ନ ବେସରକାରୀ ସଂସ୍ଥା, ସ୍ଥାନୀୟ ପ୍ରତିନିଧି, ଅଞ୍ଚଳର ଅଧିବାସୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତି ସମୟରେ ଉଧାର ଓ ରିଲିଫ କାର୍ଯ୍ୟ ପାଇଁ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ରହିଛି ।

ଏହାଦ୍ଵାରା ବ୍ୟାପକ ଧନ ଜୀବନ ରକ୍ଷା କରାଯାଇପାରିବ । ବିପର୍ଯ୍ୟୟ ପରିଚାଳନା ପାଇଁ ଅଂଶିଦାର ମାନଙ୍କ ସହନଶୀଳ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ ଏଥି ସକାଶେ ବିଭିନ୍ନ ସମୟରେ ସମ୍ପୃକ୍ତ ଅଂଶୀଦାର ମାନଙ୍କୁ ତାଲିମ ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାରେ ପ୍ରତେକ ବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଥିବାରୁ ଏହାର ସଫଳ ମୁକାବିଲା ପାଇଁ ଗୋଷ୍ଠୀ ସହନଶୀଳର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି ।

ଏଥିରେ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ନିଜ ନିଜ ବିଭାଗ ଦ୍ଵାରା ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ବୁଝାଇ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ଵାଇଁ , ଗଞ୍ଜାମ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର , ଗଞ୍ଜାମ ପଞ୍ଚାୟତ ସମିତି ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଖଲିକୋଟ ଦୈତାରୀ ବେହେରା, ପଞ୍ଚାୟତ ସମିତି ଖଲିକୋଟ ଉନ୍ନୟନ ଅଧିକାରୀ ମିତାଲି ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମାକାନ୍ତ ଦାସ, ଜଗନ୍ନାଥପ୍ରସାଦ ରେଞ୍ଜ ଅଧିକାରୀ , ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ. ହରମୋହନ ପଣ୍ଡା, ବ୍ରହ୍ମପୁର ବିଭାଗୀୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

କର୍ମଶାଳାଟିକୁ CARITAS, India ସଂସ୍ଥାର ରାଜ୍ୟ ସଂଯୋଜକ ନୂତନ କୁମାର ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ OSDMA ଅବନୀକାନ୍ତ ଭୂୟାଁ ପରିଚାଳନା କରିଥିଲେ । ଏବଂ ପରିଶେଷରେ SWAD ସଂସ୍ଥାର ଜିଲ୍ଲା ସଂଯୋଜକ ଇସ୍ରାଏଲ ଶବର ଧନ୍ୟବାଦ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.