ETV Bharat / city

୨୩୧ ଗଞ୍ଜେଇ ଜବତ, ଜଣେ ଗିରଫ - ଗଞ୍ଜେଇ

୨୩୧ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ । ଅଧିକ ପଢନ୍ତୁ...

୨୩୧ ଗଞ୍ଜେଇ ଜବତ, ଜଣେ ଗିରଫ
୨୩୧ ଗଞ୍ଜେଇ ଜବତ, ଜଣେ ଗିରଫ
author img

By

Published : Aug 8, 2021, 8:29 AM IST

ବ୍ରହ୍ମପୁର: ୨୩୧ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ । ଗଞ୍ଜାମ ଜିଲ୍ଲାର ଫାସିଗୁଡା ପଞ୍ଚାୟତ ଅଧିନସ୍ଥ ଧେରେଣ୍ଡି ଗ୍ରାମ ଛକ ନିକଟରୁ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇକୁ ଜବତ କରିଥିଲା ।

୨୩୧ ଗଞ୍ଜେଇ ଜବତ, ଜଣେ ଗିରଫ
୨୩୧ ଗଞ୍ଜେଇ ଜବତ, ଜଣେ ଗିରଫ

ସୂଚନାଅନୁଯାୟୀ ଦିଗପହଣ୍ଡି ପୋଲିସ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନେ ଉକ୍ତ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ୪ ରୁ ୫ଜଣ ଯୁବକ ଗଜପତି ଅଞ୍ଚଳରୁ ବେଆଇନ ଭାବେ ନଅ ଗୋଟି ଗଞ୍ଜେଇ ବସ୍ତାକୁ ଏକ ଟ୍ରାକ୍ଟର ଯୋଗେ ଧେରେଣ୍ଡି - ଚକାତେନ୍ତୁଳି ରାସ୍ତାରେ ଯାଉଥିବା ସମୟରେ ପୋଲିସ ଟିମ୍ ଉକ୍ତ ଗାଡିର ପିଛା କରି ଗାଡିଟିକୁ ଅଟକାଇଥିଲେ । ଏହା ପରେ ପୋଲିସକୁ ଦେଖି ଘଟଣାସ୍ଥଳରୁ ୪ ଜଣ ଯୁବକ ଚମ୍ପଟ ମାରିଥିବା ବେଳେ ଅଭିଯୁକ୍ତ ଶିବ ରାଉଳ ପୋଲିସ ହାତରେ ଧରାପଡିଥିଲା ।

ଗିରଫ ଶିବର ଘର ଦିଗପହଣ୍ଡି ନିକଟବର୍ତ୍ତୀ ଛଣମାରି ବଡସାହି ବୋଲି ଜଣାପଡିଛି । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି । ଜବତ ହୋଇଥିବା ୨୩୧ କେଜି ୬୦୦ ଗ୍ରାମ ଗଞ୍ଜେଇର ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗଞ୍ଜେଇ ଚାଲଣରେ ବ୍ୟବହୃତ ହୋଇଥିବା ଟ୍ରାକ୍ଟର ସମେତ ଦୁଇଟି ମୋବାଇଲ, ଦୁଇଟି ବ୍ୟାଙ୍କ ଖାତା , ଦୁଇଟି ବ୍ଳାଙ୍କ ଚେକ୍ , ନଗଦ ୨୦ ହଜାର ଟଙ୍କା ଏବଂ ଖାତାରେ ଜମାଥିବା ୧୧ ଲକ୍ଷ ୯୯ ହଜାର ୩୭୬ ଟଙ୍କାକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି ।

ଏନେଇ ଦିଗପହଣ୍ଡି ଥାନା ଏକ ମାମଲା ରୁଜୁ କରାଯାଇ ଜିଲ୍ଲା ଦୌରାଜଜ କୋର୍ଟକୁ ଅଭିଯୁକ୍ତ ଜଣଙ୍କୁ ଚାଲାଣ କରାଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଶିବକୁ ବ୍ରହ୍ମପୁର ମଣ୍ଡଳ କାରଗାରକୁ ପଠାଇ ଦିଆଯାଇଛି । ଗତ କିଛିଦିନ ଧରି ଦିଗପହଣ୍ଡି ତଥା ଆଖପାଖ ଅଞ୍ଚଳରେ ଅସାମାଜିକ ଯୁବକ ମାନେ ଏଭଳି ଗଞ୍ଜେଇ ଭଳି ମାଦକଦ୍ରବ୍ୟ ଚୋରା ଚାଲାଣ କାର୍ଯ୍ୟରେ ଜଡ଼ିତ ରହିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଦେଖାଯାଉଛି ।

ବ୍ରହ୍ମପୁରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.