ବ୍ରହ୍ମପୁର: ସହର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକର ହୁଗୁଳାପଟା ଗ୍ରାମରେ ଗତ ତିନି ଦିନ ଧରି ଝାଡାବାନ୍ତି ବ୍ୟାପିବା ସହ ଏଥିରେ ଗ୍ରାମର 30ରୁ ଉର୍ଦ୍ଧ ଗ୍ରାମବାସୀ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ 6ଜଣଙ୍କ ଗୁରୁତରଙ୍କୁ ଏମ୍କେସିଜି ରେ ଭର୍ତ୍ତି କରାଯାଇଛି ।
ଗ୍ରାମରେ ଗତ 29 ତାରିଖରେ ଝାଡାବାନ୍ତି ଦେଖାଦେଇଥିଲା । ଗତ ତିନି ଦିନ ମଧ୍ୟରେ 30 ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହି ଗ୍ରାମରେ 319 ପରିବାର ରହୁଥିବା ବେଳେ ମୋଟ 3187 ଜଣ ଗ୍ରାମବାସୀ ରୁହନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଗ୍ରାମରେ ଥିବା ଏକ କୂଅର ପାଣି ପିଇ ଏପରି ହୋଇଛି । ଅନ୍ୟପଟେ ତିନୋଟି ସ୍ଥାନରୁ ପାଣିର ନମୁନା ସଂଗ୍ରହ କରିଛି ସ୍ବାସ୍ଥ୍ୟବିଭାଗ । ଏହାସହ ସ୍ବାସ୍ଥ ବିଭାଗର ଟିମ୍ ଗ୍ରାମରେ ପହଞ୍ଚି ଜଳ ବିଶୋଧନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।
ବ୍ରହ୍ମପୁରରୁ, ସମୀର ଆଚାର୍ଯ୍ୟ ଇଟିଭି ଭାରତ