ETV Bharat / city

ଡିଜିଙ୍କ ଗଞ୍ଜାମ ଗସ୍ତ, ଉଚ୍ଚ ଅଧିକାରୀଙ୍କ ସହ କଲେ ସ୍ଥିତି ସମୀକ୍ଷା - DGP of police abhay

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ । ଜିଲ୍ଲାର କୋଭିଡ-୧୯ ମୁକାବିଲା ସଂପର୍କରେ କରିଛନ୍ତି ସମୀକ୍ଷା । ମୁଖ୍ୟତଃ କୋଭିଡ-୧୯ ସଂପର୍କିତ ନିୟମ ପାଳନ ଓ ସୀମା ବନ୍ଦ ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଗଞ୍ଜାମ ଗସ୍ତ, ଉଚ୍ଚ ଅଧିକାରୀଙ୍କ ସହ ସମୀକ୍ଷା କଲେ

author img

By

Published : Jul 8, 2020, 10:48 PM IST

ବ୍ରହ୍ମପୁର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ । ଜିଲ୍ଲାର କୋଭିଡ-୧୯ ମୁକାବିଲା ସଂପର୍କରେ କରିଛନ୍ତି ସମୀକ୍ଷା । ମୁଖ୍ୟତଃ କୋଭିଡ-୧୯ ସଂପର୍କିତ ନିୟମ ପାଳନ ଓ ସୀମା ବନ୍ଦ ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିବା ବେଳେ ଡ୍ୟୁଟି କରୁଥିବା ସମୟରେ କର୍ମଚାରୀ ମାନେ କିଭଳି ସଂକ୍ରମଣରୁ ରକ୍ଷା ପାଇପାରିବେ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଗଞ୍ଜାମ ଗସ୍ତ, ଉଚ୍ଚ ଅଧିକାରୀଙ୍କ ସହ ସମୀକ୍ଷା କଲେ

ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ପୋଲିସ ମୁଖ୍ୟାଳୟରେ ଏହି ଅବସରରେ ଜିଲ୍ଲାର କୋଭିଡ-୧୯ ର ବର୍ତ୍ତମାନର ସ୍ଥିତି ବାବଦରେ ବିସ୍ତୃତ ଭାବରେ ଦକ୍ଷିଣାଞ୍ଚଳ ପୋଲିସ ଡି.ଆଇ.ଜି ସତ୍ୟବ୍ରତ ଭୋଇଙ୍କ ସମେତ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ବ୍ରହ୍ମପର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମ କୁ ନେଇ ମହାନିର୍ଦ୍ଦେଶକ ପ୍ରଶଂସା କରିବା ସହ ପୋଲିସ କୁ ସହଯୋଗ କରିବା ପାଇଁ ଗଞ୍ଜାମ ଜିଲ୍ଲାର ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏପରିକି ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ପୁଣି ନିଜର ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପୋଲିସର କର୍ତ୍ତବ୍ୟ ଓ ପ୍ରତିଜ୍ଞା କୁ ନେଇ ମହାନିର୍ଦ୍ଦେଶକ ଅଭୟ ଖୁସି ପ୍ରକାଶ କରିବା ସହ ପୋଲିସର ମନବଳ ଦୃଢ ରହିଥିବା ବେଳେ ଜିଲ୍ଲା ପାଇଁ ଆବଶ୍ୟକ ରହିଥିବା ଚାରି ପ୍ଲାଟୁନ୍ ଫୋର୍ସକୁ ପଠାଯିବ ବୋଲି କହିଛନ୍ତି । ଏହି ଅବସରରେ ଛତ୍ରପୁରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ କାର୍ଯ୍ୟସ୍ଥଳରେ ସାମାଜିକ ଦୂରତ୍ବ ଅବଲମ୍ବନ ସହିତ କୋଭିଡ୍ -୧୯ ସଂପର୍କିତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

ଗଞ୍ଜାମ ଜିଲ୍ଲାରେ କୋରୋନାରେ ବହୁ ବ୍ୟକ୍ତିବିଶେଷ ଆକ୍ରାନ୍ତ ହୋଇଥିବା ବେଳେ ଏଭଳି ପରିସ୍ଥିତିରେ ଜିଲ୍ଲାର ଆଗଧାଡିରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀ କୋରୋନା ଯୋଦ୍ଧା ଇତି ମଧ୍ୟରେ ଆକ୍ରାନ୍ତ ହୋଇଥିବା କେତେକ ସୁସ୍ଥ ହୋଇଥିବା ବେଳେ ଆହୁରି କେତେକ ଚିକିତ୍ସିତ ହେଉଛନ୍ତି । ଏଭଳି ସମୟରେ ପୋଲିସ ମହାନିର୍ଦ୍ଦେଶକଙ୍କ ଏହି ଗସ୍ତ ଜିଲ୍ଲାର ପୋଲିସ ବିଭାଗର ମନୋବଳକୁ ଉଚ୍ଚ କରିବାରେ ନିଶ୍ଚୟ ସହାୟକ ହେବ ବୋଲି ଆଶା କରାଯାଉଛି ।

ଆସନ୍ତାକାଲି ଠାରୁ ଜିଲ୍ଲାର ସହରାଞ୍ଚଳରେ ସଂପୂର୍ଣ୍ଣ ସର୍ଟଡାଉନ୍ କରାଯାଉଥିବା ବେଳେ ଗଞ୍ଜାମକୁ ସଂପୂର୍ଣ୍ଣ ଭାବରେ ସିଲ୍ କରାଯାଇଛି । ଏଭଳି ସ୍ଥଳେ କୌଣସି ବ୍ୟକ୍ତି ବିଶେଷ ଜିଲ୍ଲାରୁ ବାହାରକୁ କିମ୍ବା ଅନ୍ୟ କୌଣସି ଜିଲ୍ଲାରୁ ଗଞ୍ଜାମକୁ ଆସିପାରିବେ ନାହିଁ । ଯେଉଁ ବ୍ୟକ୍ତିର କୌଣସି ଜରୁରୀକାଳୀନ କାର୍ଯ୍ୟ ଆବଶ୍ୟକ ରହିଥିବ ସେ ଜିଲ୍ଲା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର ଅନୁମତି ନେଇ ବାହାରକୁ ଯାଇପାରିବ ବୋଲି କୁହାଯାଇଛି । ଗଞ୍ଜାମ ଜିଲ୍ଲାରେ ସମୀକ୍ଷା ପରେ ପୋଲିସ ମହାନିର୍ଦ୍ଦେଶକ ପୁଣି ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଫେରିଯାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭ ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.