ETV Bharat / city

କାର୍ତ୍ତିକ ଶେଷ ସୋମବାର: କଟକଣାରେ ଭୋଳାବାବାଙ୍କ ଦର୍ଶନ କରୁଛନ୍ତି ଭକ୍ତ

author img

By

Published : Nov 15, 2021, 1:17 PM IST

ପବିତ୍ର କାର୍ତ୍ତିକ ମାସର ଆଜି ହେଉଛି ଶେଷ ସୋମବାର । ମଦାଦେବଙ୍କୁ ଦର୍ଶନ କରିବା ପାଇଁ ଶୈବ ପୀଠ ଗୁଡିକରେ ଭକ୍ତଙ୍କ ଭିଡ। ଅଧିକ ପଢନ୍ତୁ

କାର୍ତ୍ତିକ ମାସର ଶେଷ ସୋମବାର , କୋଭିଡ କଟକଣା ମଧ୍ଯରେ ଶୈବ ପୀଠରେ ଦର୍ଶନ କରୁଛନ୍ତି ଭକ୍ତ

ବ୍ରହ୍ମପୁର: ପବିତ୍ର କାର୍ତ୍ତିକ ମାସର ଆଜି ହେଉଛି ଶେଷ ସୋମବାର । ଏହି ଅବସରରେ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ଶୈବ ପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । ଶେଷ ସୋମବାର ସହ ଆଜିଠୁ ପଞ୍ଚୁକ ଆରମ୍ଭ ହୋଇଥିବାରୁ ସକାଳ ସମୟରେ ପାରମ୍ପାରିକ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା ।

ସେପଟେ କୋରୋନାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ମନ୍ଦିର ମଧ୍ଯରେ ପ୍ରବେଶ କରୁଥିବା ଭକ୍ତଙ୍କୁ ମୁହଁରେ ମାସ୍କ ପରିଧାନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଫଳରେ ଭକ୍ତ ମାନେ କୋରୋନା କଟକଣାକୁ ମାନି ମୁହଁରେ ମାସ୍କ ପରିଧାନ କରିବା ସହ ନିଜ ନିଜଠାରୁ ସାମାଜିକ ଦୂରତା ରଖି ମହାଦେବଙ୍କୁ ଦର୍ଶନ କରିଥିଲେ । ତେବେ ବ୍ରହ୍ମପୁରର ନୀଳକଣ୍ଠେଶ୍ୱର ଶୈବ ମନ୍ଦିରରେ ଭକ୍ତ ମାନଙ୍କ ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.