ETV Bharat / city

ଶ୍ରମିକଙ୍କୁ କାର୍ଯ୍ୟ ଦାବି କରି ଜିଲ୍ଲାପାଳଙ୍କ ଅଫିସ ଘେରିଲା ୟୁନିୟନ ସଂଘ - ଏଆଇଟିୟୁସି

ଗୋପାଳପୁର ବନ୍ଦର ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ପୋର୍ଟ ସୁପରଭାଇଜର ୟୁନିୟନ ଏବଂ ଏଆଇଟିୟୁସି । ଅଧିକ ପଢନ୍ତୁ...

ଶ୍ରମିକଙ୍କୁ କାର୍ଯ୍ୟ ଦାବି କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ

author img

By

Published : Feb 24, 2021, 11:53 AM IST

ବ୍ରହ୍ମପୁର: ଗୋପାଳପୁର ବନ୍ଦର ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଦାବି କରିଛି ପୋର୍ଟ ସୁପରଭାଇଜର ୟୁନିୟନ ଏବଂ ଏଆଇଟିୟୁସି । ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ।

ଶ୍ରମିକଙ୍କୁ କାର୍ଯ୍ୟ ଦାବି କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ

2006 ମସିହାରୁ ଶ୍ରମିକମାନଙ୍କ ନାମ ପଞ୍ଜିକୃତ ହୋଇଛି । ଗୋପାଳପୁର ପୋର୍ଟ ସ୍ଥାପନ ହେବା ଦିନରୁ ହିଁ ୟୁନିୟନର ଲୋକେ କାମ କରୁଛନ୍ତି । 2015ମସିହାରେ ଗୋପାଳପୁର ବନ୍ଦର ସବୁ ଦିନିଆ ବନ୍ଦର ହୋଇଥିଲା । ଫଳରେ ଶ୍ରମିକମାନଙ୍କୁ କାର୍ଯ୍ୟ ମିଳିବା ନେଇ ନୂଆ ଆଶା ମିଳିଥିଲା । ହେଲେ ସେ ଆଶା ଆଶାରେ ହିଁ ରହିଯାଇଛି । ବର୍ତ୍ତମାନ ସୁଦ୍ଧା ୟୁନିୟନର ସମସ୍ତ କର୍ମକର୍ତ୍ତାଙ୍କୁ କାମ ମିଳିନାହିଁ । 2016ରୁ ଆଜି ଯାଏଁ ଦୁଇ ହଜାରରୁ ଅଧିକ କର୍ମଚାରୀଙ୍କୁ ଏବେ ସୁଦ୍ଧା କାମ ମିଳିନାହିଁ ।

ୟୁନିୟନର ନିୟମ ଅନୁସାରେ ନାମ ପଞ୍ଜିକୃତ ହୋଇଥିବା ସମସ୍ତ ଶ୍ରମିକମାନଙ୍କୁ କାମ ମିଳିବା ବାଧ୍ୟତାମୂଳକ । ଏହି ନିୟମକୁ ସମ୍ପୂର୍ଣ୍ଣ ପୋର୍ଟ କର୍ତ୍ତୃପକ୍ଷ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ ପୋର୍ଟ କର୍ତ୍ତୃପକ୍ଷ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳନାହିଁ । ତେଣୁ ୟୁନିୟନର ଶତାଧିକ ଲୋକେ ଛତ୍ରପୁର ବସଷ୍ଟାଣ୍ଡରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଯଥାଶୀଘ୍ର ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରିବା ନେଇ ଚେତାବନୀ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.