ବ୍ରହ୍ମପୁର : ନୂତନ କୃଷି ଆଇନ ପ୍ରତ୍ୟାହୃତ ଦାବି ସହିତ କୃଷକ ଆନ୍ଦୋଳନକୁ ସମର୍ଥନ କରି ବ୍ରହ୍ମପୁର ଠାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗଣ ଧାରଣା ଦିଆଯାଇଛି । ବ୍ରହ୍ମପୁର ତହସିଲଦାରଙ୍କ କାର୍ଯ୍ୟାଳୟ ନିକଟରେ ଗଣ ଧାରଣା ଦିଆଯାଇଛି ।
ଏଥିରେ ନୂତନ କୃଷି ଆଇନକୁ ବିରୋଧ କରାଯାଇଥିଲା । ଏହି ଧାରଣାରେ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ପୀତବାସ ପଣ୍ଡା , କଂଗ୍ରେସ ନେତା ଭୋକାଲି ସେଠୀ ସମେତ ବିଭିନ୍ନ ଶ୍ରମିକ ସଂଗଠନର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ