ETV Bharat / city

ପୋଲିସକୁ ଚକ୍‌ମା ଦେଇ ଖସି ଯାଇଥିଲା, ନଦୀ ବାଲିରୁ ମିଳିଲା ମୃତଦେହ - ନଦୀବାଲି ମଧ୍ୟରୁ ମୃତଦେହ ଉଦ୍ଧାର

ନଦୀବାଲି ମଧ୍ୟରୁ ମୃତଦେହ ଉଦ୍ଧାର । ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

ନଦୀବାଲି ମଧ୍ୟରୁ ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ

author img

By

Published : Jul 28, 2021, 8:22 AM IST

ବ୍ରହ୍ମପୁର: ବାଲିରୁ ମୃତଦେହ ଉଦ୍ଧାର । ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା କୁଖ୍ୟାତ ଅଭିଯୁକ୍ତ ପେଟା । ହେଲେ ତାର ମୃତଦେହ ବାଲି ମଧ୍ୟରୁ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ କେ.ନୂଆଗାଁ ଥାନା ନୂଆପଡ଼ା ଗାଁରେ ।

ନଦୀବାଲି ମଧ୍ୟରୁ ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ପେଟା ଗାଁରେ ମଦ୍ୟପାନ କରି ଲୋକଙ୍କ ଗାଳିଗୁଲଜ କରିବା ସହ ଗଣ୍ଡଗୋଳ କରିବା ତାହାର ପେଶା ରହିଥିଲା । ଏପରିକି ଗତ ୨୧ ତାରିଖ ଦିନ ପେଟା ଓ ଗାଁର ବିଜୟ ଦାସଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏହାପରେ ସେହି ଦିନ ରାତିରେ ପେଟା ବିଜୟଙ୍କ ଦୁଇଟି ମୋଟର ସାଇକେଲ ବାହାରେ ରଖିଥିବା ବେଳେ ପଥର ଛେଚି ଗାଡ଼ି ଭଙ୍ଗାରୁଜା କରିଥିଲା । ପରଦିନ ସକାଳୁ ବିଜୟ ନିକଟସ୍ଥ ଫାଣ୍ଡିରେ ପେଟା ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏହାପରେ ଥାନା ଅଧିକାରୀ ନିର୍ଦ୍ଦେଶକ୍ରମେ ଫାଣ୍ଡି ଅଧିକାରୀ ୨୪ ତାରିଖ ଦିନ ପେଟାକୁ ଧରି ଥାନାକୁ ଆଣିବା ସମୟରେ ପୋଲିସକୁ ଚକମା ଦେଖାଇ ଚମ୍ପଟ ମାରିଥିଲା । ତେବେ ଅଭିଯୁକ୍ତ ପେଟା ଖେଳପଡିଆ ନିକଟସ୍ଥ ପରୀକ୍ଷିତ ନାୟକଙ୍କ ଘରେ ଲୁଚି ରହିଥିଲା । ଅନ୍ୟପଟେ କୌଣସି କାରଣରୁ ପେଟା ନୂଆପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ପଛପଟେ ରହିଥିବା ସଜନା ଗଛରେ ପେଟା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ୨୫ ତାରିଖ ଦିନ ସ୍ଥାନୀୟ ଅଞ୍ଚଳର ଲୋକେ ସ୍ତ୍ରୀ ପେଟାର ମାଆକୁ ଜଣାଇଥିଲେ । କିନ୍ତୁ ଏହି ଖବର କାହାକୁ ନ ଜଣାଇ କିଛି ଲୋକଙ୍କ ସହାୟତାରେ ତରବରିଆ ଭାବେ ଗାଁ ଶ୍ମଶାନ ଗୃହ ନିକଟସ୍ଥ ବାଲିଆପଟରେ ପୋତି ଦେଇଥିଲେ ।

ଏହି ଖବର ଜଣାପଡିବା ପରେ ଚିକିଟି SDPO ଓ ଥାନା ଅଧିକାରୀ ମୃତଦେହକୁ ଠାବ କରିଥିଲେ । ମଙ୍ଗଳବାର ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କହଁରଙ୍କ ଉପସ୍ଥିତିରେ ମୃତଦେହକୁ ବାଲି ଭିତରୁ ଉଦ୍ଧାର କରାଯାଇଥିଲା । ଘଟଣାପରେ କେ .ନୂଆଗାଁ ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଦିଆଯାଇଥିଲା । ଏହି ମାମଲାରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.