ETV Bharat / city

ଗଞ୍ଜାମରେ ବାତ୍ୟା ୟସ ଆଲର୍ଟ, 75 ହଜାର ଲୋକଙ୍କୁ କରାଯିବ ସ୍ଥାନାନ୍ତର - ଗଞ୍ଜାମରେ ବାତ୍ୟା ୟସ

ବାତ୍ୟା ୟସ ମାଡି ଆସୁଥିବା ବେଳେ ଏହାର ପ୍ରଭାବକୁ ପୂର୍ବାନୁମାନ କରି ଗଞ୍ଜାମରେ ଆଲର୍ଟ ଜାରି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ ପାଇଁ ହେଉଛି ପ୍ରସ୍ତୁତି । ଅଧିକ ପଢନ୍ତୁ..

ଗଞ୍ଜାମରେ ବାତ୍ୟା ୟସ ଆଲର୍ଟ, 75 ହଜାର ଲୋକଙ୍କୁ କରାଯିବ ସ୍ଥାନାନ୍ତର

author img

By

Published : May 25, 2021, 7:09 PM IST

ବ୍ରହ୍ମପୁର: ବାତ୍ୟା ୟସକୁ ନେଇ ଗଞ୍ଜାମ ପ୍ରଶାସନ ସତର୍କ । ବାତ୍ୟା ମୁକାବିଲା ପାଇଁ ଆଗୁଆ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାର 5ଟି ବ୍ଳକ ସମୁଦ୍ରକୂଳବର୍ତ୍ତୀ ଥିବରୁ ଏହାକୁ ନେଇ ଅଞ୍ଚଳବାସୀଙ୍କୁ ଅଧିକ ସତର୍କ ରହିବାକୁ ଆହ୍ବାନ ଦିଆଯାଇଛି । ଜିଲ୍ଲାରେ ୭୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା ରହିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଗଞ୍ଜାମରେ ବାତ୍ୟା ୟସ ଆଲର୍ଟ, 75 ହଜାର ଲୋକଙ୍କୁ କରାଯିବ ସ୍ଥାନାନ୍ତର

ବାତ୍ୟା ମୁକାବିଲା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୋପାଳପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏପରିକି କଚ୍ଚା ଘରେ ରହୁଥିବା ବ୍ୟକ୍ତିବିଶେଷ ମାନେ ଅଧିକ ସୁରକ୍ଷିତ ରହିବା ସହିତ ଆବଶ୍ୟକ ହେଲେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେବେ । ଜରୁରୀ ଆବଶ୍ୟକତା ପାଇଁ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିବାକୁ କୁହାଯାଇଛି । ଏପରିକି ଜିଲ୍ଲାର ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏହି ଅବସରରେ ଜିଲ୍ଲାର ଗୋପାଳପୁରରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.