ETV Bharat / city

ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ

author img

By

Published : Jul 21, 2019, 10:11 PM IST

ଭିଜିଲାନ୍ସ ଜାଲରେ ପୁଣି ଫସିଛନ୍ତି ଜଣେ ସରକାରୀ ବାବୁ । ସରକାରୀ ଅଫିସର ଚାକଚମକ ତଳେ ନିଜ ନାମରେ ସେ ଯୋଡି ଚାଲିଥିଲେ କୋଟି କୋଟି ଟଙ୍କାର ସମ୍ପତ୍ତି । ହେଲେ ଭିଜିଲାନ୍ସ ଆଗରେ ଧରା ପଡିଯାଇଛି ଏହି ସରକାରୀ ବାବୁଙ୍କ ସବୁ କାରନାମା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପୁଣି ଫସିଛନ୍ତି ଜଣେ ସରକାରୀ ବାବୁ । ସରକାରୀ ଅଫିସର ଚାକଚମକ ତଳେ ନିଜ ନାମରେ ସେ ଯୋଡି ଚାଲିଥିଲେ କୋଟି କୋଟି ଟଙ୍କାର ସମ୍ପତ୍ତି । ହେଲେ ଭିଜିଲାନ୍ସ ଆଗରେ ଧରା ପଡିଯାଇଛି ଏହି ସରକାରୀ ବାବୁଙ୍କ ସବୁ କଳା କାରନାମା । ରବିବାର କଟକ ଭିଜିଲାନ୍ସ ସେଲର ଚଢାଉ ସମୟରେ ଧରା ପଡିଛି ବ୍ରହ୍ମପୁର ଡିଏଫଓଙ୍କ ଆୟ ବହିର୍ଭୂତ କୋଟି କୋଟି ଟଙ୍କାର ସମ୍ପତ୍ତି ।

ସୂଚନା ଅନୁଯାୟୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ସେଲ ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରାଙ୍କ ସରକାରୀ ବାସଭବନ ସମେତ 9ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ । ଚଢାଉରେ ଡିଏଫଓଙ୍କ ପାଖରୁ ପ୍ରାୟ 2 କୋଟି 19 ଲକ୍ଷ 37 ହଜାର 165 ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍‌ ।

ସେଥିମଧ୍ୟରୁ ରାଜଧାନୀରେ 63 ଲକ୍ଷ 67 ହଜାର 500ଟଙ୍କାର ଥ୍ରି ବିଏଚ୍‌କେ ଫ୍ଲାଟ ଓ ଭୁବନେଶ୍ବର, ବ୍ରହ୍ମପୁର ଓ ଭଞ୍ଜନଗରରେ 68ଲକ୍ଷ 50 ହଜାର ଟଙ୍କାର 4ଟି ପ୍ଲଟ ରହିଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ 9 ଲକ୍ଷ 35 ହଜାର ଟଙ୍କା ଜମା ରହିଥିବା ସହ ବିଭିନ୍ନ ବୀମା କମ୍ପାନୀରେ 45 ଲକ୍ଷ 44 ହଜାର 405 ଟଙ୍କା ଜମା ରହିଛି ।

କେବଳ ସେତିକି ନୁହେଁ ଡିଏଫଓ ଆଶିଷ କୁମାର ବେହେରା 12 ଲକ୍ଷ 98 ହଜାର 960ଟଙ୍କାର ସୁନା ରୂପା ଅଳଙ୍କାର ରଖିଥିବା ଜଣା ପଡିଛି । ଏଥିସହ ଡିଏଫଓଙ୍କ ପାଖରେ 6ଲକ୍ଷ 50 ହଜାର ଟଙ୍କାର ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ-10 କାର ଥିବା ମଧ୍ୟ ଜଣା ପଡିଛି । ସେହିପରି ଚଢାଉ ସମୟରେ ଆଶିଷଙ୍କ ପାଖରୁ ନଗଦ 82ହଜାର ଟଙ୍କା ସମେତ 11 ଲକ୍ଷ 58 ହଜାର ଟଙ୍କାର ଘରୋଇ ଆସବାବପତ୍ର ରହିଥିବା ସ୍ପଷ୍ଟ ହୋଇଛି ।

ତେବେ ଭିଜିଲାନ୍ସ ଦ୍ବାରା ରାଜଧାନୀରେ ଥିବା ଡିଏଫଓଙ୍କ ମିନି ତ୍ରିଭୁବନ ଆପାର୍ଟମେଣ୍ଟ ସମେତ ବ୍ରହ୍ମପୁର କାର୍ଯ୍ୟାଳୟ, ଭଞ୍ଜନଗର ପୈତୃକ ବାସଭବନ, ଦିଗପହଣ୍ଡିସ୍ଥିତ ବନଖଣ୍ଡ ବିଭାଗ କାର୍ଯ୍ୟାଳୟ, ଖଲ୍ଲିକୋଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ବ୍ରହ୍ମପୁର ବାସଭବନରେ ଚଢାଉ କରାଯାଇଥିଲା । ଚଢାଉ ପରେ ସମସ୍ତ ସମ୍ପତ୍ତିକୁ ଆକଳନ କରିବା ପରେ କୋଟିପତି ଡିଏଫଓଙ୍କୁ ଗିରଫ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଆୟବହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶେଷରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ବ୍ରହ୍ମପୁର ଡି.ଏଫ୍.ଓ ଆଶିଷ କୁମାର ବେହେରା ଙ୍କୁ କରାଯାଇଛି ଗିରଫ ।ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ଡି.ଏଫ୍. ଓ ଙ୍କ ପ୍ରାୟ ୨କୋଟି ୧୯ ଲକ୍ଷ ୩୭ ହଜାର ୧୬୫ ଟଙ୍କାର ସମ୍ପତ୍ତି ଠାବ କରିଥିବା ବେଳେ ସେଥିମଧ୍ୟରୁ ରାଜଧାନୀ ଭୁବନେଶ୍ବର ରେ ରହିଥିବା ତ୍ରି ବି.ଏଚ୍.କେ ଫ୍ଳାଟ ର ମୁଲ୍ୟ ୬୩ ଲକ୍ଷ ୬୭ ହଜାର ପାଞ୍ଚ ଶହ ଟଙ୍କା ବୋଲି ଜଣାପଡିଥିବା ବେଳେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଭଞ୍ଜନଗରରେ ରହିଥିବା ଚାରୋଟି ପ୍ଳଟର ମୁଲ୍ୟ ୬୮ ଲକ୍ଷ ୫୦ ହଜାର ଟଙ୍କା ,ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ୯ଲକ୍ଷ ୩୫ ହଜାର ଟଙ୍କା ଜମା ରହିଥିବା ବେଳେ ବିଭିନ୍ନ ବୀମା କମ୍ପାନୀରେ ୪୫ ଲକ୍ଷ ୪୪ ହଜାର ୪୦୫ ଟଙ୍କା ଜମା କରିଥିବା ବେଳେ ୧୨ ଲକ୍ଷ ୯୮ ହଜାର ୯୬୦ ଟଙ୍କାର ସୁନା ଓ ରୁପା ଅଳଙ୍କାର ରହିଥିବା ଜଣାପଡିଛି ।ସେହିପରି ହୁଣ୍ଡାଇ ଗ୍ରାଣ୍ଡ ଆଇ-10 କାର ରଖିଥିବା ବେଳେ ଏହାର ମୁଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ରହିଛି ।ସେହିପରି ନଗଦ ୮୨ ହଜାର ଟଙ୍କା ସମେତ ୧୧ ଲକ୍ଷ ୫୮ ହଜାର ଟଙ୍କାର ଘରୋଇ ଆସବାବପତ୍ର ରହିଥିବା ଭିଜିଲାନ୍ସ ଚଢ଼ାଉ ସମୟରେ ସ୍ପଷ୍ଟ ହୋଇଛି ।ଯାହାକୁ ନେଇ ଭିଜିଲାନ୍ସ ଗିରଫ କରିଥିବା ସ୍ପଷ୍ଟ କରିଛି। ଗତ ଦୁଇ ଦିନ ତଳେ ଡି.ଏଫ୍. ଓ ବ୍ରହ୍ମପୁର ର ସରକାରୀ ବାସଭବନ ସମେତ ନଅଗୋଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି ।ଡି.ଏଫ୍. ଓ ଙ୍କ ରାଜଧାନୀ ଭୁବନେଶ୍ବର ଠାରେ ରହିଥିବା ମିନି ତ୍ରୀଭୁବନ ଆପାର୍ଟମେଣ୍ଟ ସମେତ ଵ୍ରହ୍ମପୁର କାର୍ଯ୍ୟାଳୟ ଭ°ଞ୍ଜନଗର ପୈତୃକ ବାସଭବନ , ଦିଗପହଣ୍ଡି ସ୍ଥିତ ବନଖଣ୍ଡ ବିଭାଗ କାର୍ଯ୍ୟାଳୟ ,ଖଲ୍ଲିକୋଟ ରେଞ୍ଜର ଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ବାସଭବନରେ ଏକ ସଙ୍ଗେ ଏହି ଚଢ଼ାଉ କରାଯାଇ ସମସ୍ତ ସମ୍ପତ୍ତି କୁ ଆକଳନ କରିବା ପରେ କୋଟିପତି ଡି. ଏଫ୍. ଓ ଙ୍କୁ ଗିରଫ କରାଯାଇଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.