ETV Bharat / city

ଦୁର୍ଦ୍ଦାନ୍ତ ଅପରାଧୀ ମୂଷା ଗିରଫ, ୯ ଏମଏମ୍ ପିସ୍ତଲ ସହ ତିନି ଜୀବନ୍ତ ଗୁଳି ଜବତ - a notorious criminal kalia was arrested

ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ, ଜଣେ କୁଖ୍ୟାତ ଅପରାଧିକୁ ଗିରଫ କରିବା ସହ ତା ନିକଟରୁ ୯ ଏମଏମ୍ ପିସ୍ତଲ, ମ୍ୟାଗଜିନ୍ ଏବଂ ତିନି ଜୀବନ୍ତ ଗୁଳି ଜବତ କରିଛି । ଗିରଫ ଅପରାଧୀ ଜଣଙ୍କ ହେଲେ ମୁଷା ଓରଫ କାଳିଆ ସାହୁ । ଅଧିକ ପଢନ୍ତୁ...

ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଗିରଫ
ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଗିରଫ
author img

By

Published : Apr 3, 2021, 7:42 AM IST

ବ୍ରହ୍ମପୁର: ସହରର ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ତେବେ ବୈଦ୍ୟନାଥପୁର ପୋଲିସ, ଜଣେ କୁଖ୍ୟାତ ଅପରାଧିକୁ ଗିରଫ କରିବା ସହ ତା ନିକଟରୁ ୯ ଏମଏମ୍ ପିସ୍ତଲ, ମ୍ୟାଗଜିନ୍ ଏବଂ ତିନି ଜୀବନ୍ତ ଗୁଳି ଜବତ କରିଛି । ଗିରଫ ଅପରାଧୀ ଜଣଙ୍କ ହେଲେ ମୁଷା ଓରଫ କାଳିଆ ସାହୁ । କାଳିଆର ଘର ସହରର ଶ୍ରୀରାମ ନଗର ଅଞ୍ଚଳର ଆଦର୍ଶ ମାର୍ଗ ଦ୍ବିତୀୟ ଲେନ ହୋଇଥିବା ବେଳେ ସେ ଗତ କିଛି ମାସ ଧରି ଲୋଚାପଡା ବଡସାହି ଅଞ୍ଚଳରେ ରହି ଆସୁଥିଲେ ।

ଏପଟେ କାଳିଆଙ୍କ ସହ ତାର ଅନ୍ୟ ସହଯୋଗୀମାନେ ସହରର ବର୍ମା କଲୋନୀରେ ଏକ ସମ୍ପତ୍ତି ମାମଲାକୁ ନେଇ ପିସ୍ତଲ ଦେଖାଇ ଅପରାଧ ଘଟାଇବାକୁ ଯାଉଥିବା ବେଳେ ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଖବର ପାଇ ପୋଲିସ ଟିମ୍ ପହଞ୍ଚି ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତେବେ ସେମାନଙ୍କ ନାମରେ ସହରର ସଦରଥାନା, ଗୋଷାଣିନୂଆଗାଁ ଏବଂ ବଡବଜାର ଥାନା ଅଞ୍ଚଳରେ ବିଭିନ୍ନ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଏ ନେଇ ନଂ- ୮୯/୨୧ ଏବଂ ୟୁ/ଏସ୍ ୨୫(୧-ବି) (ଏ) ଆର୍ମସ ଆକ୍ଟ ୧୯୫୯ରେ ମାମଲା ରୁଜୁ ହୋଇଛି । କିନ୍ତୁ ଗିରଫ ଅପରାଧି ଜଣଙ୍କ କେଉଁଠାରୁ ଏହି ପିସ୍ତଲ ଆଣିଲେ ତାହାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.