ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଜଣେ କୋରୋନା ଯୋଦ୍ଧା ପୋଲିସ ଏସ୍.ଆଇ.ଙ୍କ କୋରୋନାରେ ଯାଇଛି ଜୀବନ । ଜିଲ୍ଲାର ତାରସିଂ ଥାନାରେ କାର୍ଯ୍ୟରତ ଥିବା ପୋଲିସ ଏଏସ୍ଆଇ ଶିବରାମ ଦାଶଙ୍କ ଚିକିତ୍ସାଧିନ ଅବସ୍ଥାରେ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ଛତ୍ରପୁର ଠାରେ ତାଙ୍କର ପାର୍ଥିବ ଶରୀରକୁ ଜିଲ୍ଲା ପୋଲିସ ପକ୍ଷରୁ ଦିଆଯାଇଛି ଶେଷ ସମ୍ମାନ ।
![କୋରୋନାରେ ପୋଲିସ ଏଏସ୍ଆଇଙ୍କ ମୃତ୍ୟୁ, ଜିଲ୍ଲା ପୋଲିସ ପକ୍ଷରୁ ଶେଷ ସମ୍ମାନ](https://etvbharatimages.akamaized.net/etvbharat/prod-images/od-bam-covid-warrior-asi-succumbed-to-covid-7205524_04082020230401_0408f_1596562441_911.jpg)
ଛତ୍ରପୁର ଠାରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏଙ୍କ ଉପସ୍ଥିତିରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମୃତ ଏଏସ୍ଆଇଙ୍କ ଘର ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ପଦର ଗାଁ ରେ। ସ୍ଥାନୀୟ ସରପଞ୍ଚ ପିତାମ୍ବର ପଣ୍ଡା ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ।
![କୋରୋନାରେ ପୋଲିସ ଏଏସ୍ଆଇଙ୍କ ମୃତ୍ୟୁ, ଜିଲ୍ଲା ପୋଲିସ ପକ୍ଷରୁ ଶେଷ ସମ୍ମାନ](https://etvbharatimages.akamaized.net/etvbharat/prod-images/od-bam-covid-warrior-asi-succumbed-to-covid-7205524_04082020230401_0408f_1596562441_345.jpg)
ଆଗଧାଡିର ପୋଲିସ କୋରୋନା ଯୋଦ୍ଧାମାନେ ନିଜର କର୍ତ୍ତବ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ପୋଲିସରେ କାର୍ଯ୍ୟରତ ଦୁଇ ଜଣ ପୋଲିସ ଏଏସ୍ଆଇ, ଜଣେ କନଷ୍ଟେବଳ, ଜଣେ ହୋମ ଗାର୍ଡ ଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ