ETV Bharat / city

ଗଞ୍ଜାମ ଓ ବ୍ରହ୍ମପୁରରେ କଡାକଡି ହେଉଛି କୋଭିଡ୍ ନିୟମ

author img

By

Published : Apr 9, 2021, 8:25 AM IST

ଦ୍ବିତୀୟ ଲହରୀ କୋପରେ ରାଜ୍ୟରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମଣ । ଏନେଇ ଗଞ୍ଜାମ ଓ ବ୍ରହ୍ମପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ହେଉଛି କୋଭିଡ୍ ନିୟମ । ଅଧିକ ପଢନ୍ତୁ...

କଡାକଡି ହେଉଛି କୋଭିଡ୍ ନିୟମ
କଡାକଡି ହେଉଛି କୋଭିଡ୍ ନିୟମ

ବ୍ରହ୍ମପୁର: ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଓ ବ୍ରହ୍ମପୁରରେ କଡାକଡି ହୋଉଛି କୋଭିଡ୍ ନିୟମ । ଜିଲ୍ଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ପୁଣି ଥରେ ଆରମ୍ଭ ହୋଇଯାଇଛି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ।

କଡାକଡି ହେଉଛି କୋଭିଡ୍ ନିୟମ

କୋରୋନା ମହାମାରୀର ଦ୍ଵିତୀୟ ଲହର କାୟା ବିସ୍ତାର କରିଛି । ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଦୁଇ ଜିଲ୍ଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ପୁଣି ଥରେ ଆରମ୍ଭ ହୋଇଯାଇଛି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ପୋଲିସ ବାହିନୀ କୋରୋନା ସଚେତନତା ସୃଷ୍ଟି ପାଇଁ କେଉଁଠି ଫୁଟ ମାର୍ଚ୍ଚ କରି ବିଭିନ୍ନ ଜନଗହଳି ସ୍ଥାନରେ କଡାକଡି ଯାଞ୍ଚ କରୁଛି ତ ଆଉ କେଉଁଠି ପ୍ଲା କାର୍ଡ଼ ଧରି ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରିବା ସହ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ।

ବିଭିନ୍ନ ଛକ, ବଜାର ଓ ଜନଗହଳି ସ୍ଥାନ ମାନଙ୍କରେ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ହାତ ସଫା କରିବା, କୋରୋନାର ସାମାନ୍ୟ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା, ଗହଳି ନକରିବା ପ୍ରଭୃତି ବିଷୟରେ ସଚେତନତା କରାଯାଉଛି । ସେପଟେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ପଞ୍ଚସୁତ୍ରୀ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ଅଞ୍ଚଳରେ ଏହିପରି ଜନସଚେତନତା କରିବା ସତ୍ତ୍ବେ ଯଦି କେହି ନିୟମ ଉଲ୍ଲଘଂନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଆଗାମୀ ଦିନରେ ଜନସାଧାରଣ କୋଭିଡ୍ ନିୟମକୁ ନମାନିଲେ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସଂଙ୍କ୍ରମଣକୁ ଦୃଷ୍ଟିରେ ରଖି ଆସିକାର ରଷିକୁଲ୍ୟାରେ ହେବାକୁ ଥିବା ବରୁଣେଇ ବୁଡକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଥିବା ବେଳେ ଆସନ୍ତା ୧୭ ଏବଂ ୧୮ ତାରିଖରେ ଆୟୋଜିତ ହେବାକୁ ଥିବା ରାଜମ୍ମା ଯାତ୍ରାକୁ ପ୍ରଶାସନ ବନ୍ଦ ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.