ETV Bharat / city

ଭସାଣିରେ ଭୁଲିଗଲେ କୋଭିଡ୍ ନିୟମ, ତାଗିଦ କଲା ପୋଲିସ

author img

By

Published : Oct 27, 2021, 10:52 AM IST

ଗଜଲକ୍ଷ୍ମୀ ଭସାଣି ଶୋଭାଯାତ୍ରାରେ କୋଭିଡ୍ ନିୟମ ଉଲ୍ଲଙ୍ଘନ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ରାଧାକୃଷ୍ଣ ପରିବା ବ୍ୟବସାୟୀ ସଂଘର ଗଜଲକ୍ଷ୍ମୀ ପୂଜା ମେଢ ମୂର୍ତ୍ତି ବିସର୍ଜନ ବେଳେ କୋଭିଡ୍ ନିୟମ ଭଙ୍ଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭିଡ କମାଇବା ସହିତ ସେମାନଙ୍କୁ ତାଗିତ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଗଜଲକ୍ଷ୍ମୀ ଭଷାଣୀ ଶୋଭାଯାତ୍ରାରେ କୋଭିଡ୍ ନିୟମ

ବ୍ରହ୍ମପୁର: ଭୁଲିଗଲେ କୋଭିଡ କଟକଣା । ଗଜଲକ୍ଷ୍ମୀ ଭସାଣି ଶୋଭାଯାତ୍ରାରେ କୋଭିଡ୍ ନିୟମ ଉଲ୍ଲଙ୍ଘନ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ରାଧାକୃଷ୍ଣ ପରିବା ବ୍ୟବସାୟୀ ସଂଘର ଗଜଲକ୍ଷ୍ମୀ ପୂଜା ମେଢ ମୂର୍ତ୍ତି ବିସର୍ଜନ ବେଳେ କୋଭିଡ୍ ନିୟମ ଭଙ୍ଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭିଡ କମାଇବା ସହିତ ସେମାନଙ୍କୁ ତାଗିଦ କରିଥିବା ଦେଖିବାକୁ ମିଳିଛି ।

ଭସାଣି ଶୋଭାଯାତ୍ରାରେ ମାନିଲେନି କୋଭିଡ୍ ନିୟମ, ତାଗିଦ କଲା ପୋଲିସ

ସୂଚନାନୁଯାୟୀ ପରିବା ବ୍ୟବସାୟୀ ପକ୍ଷରୁ ଗଜଲକ୍ଷ୍ମୀ ମୂର୍ତ୍ତି ଶୋଭାଯାତ୍ରାରେ ବିସର୍ଜନ ପାଇଁ ନଗର ପରିକ୍ରମା କରାଯାଇଥିଲା । ଘୋଡାହାଡ ନଦୀ ପୋଲ ନିକଟରୁ ବାହାରିଥିବା ଏ‌ହି ଶୋଭାଯାତ୍ରା ବଇଞ୍ଚବଣିଆ, ପୁରୁଣା କୋର୍ଟ, ଲକ୍ଷ୍ମୀ ବଜାର ଦେଇ ପରିବା ବଜାର ମଧ୍ୟରେ ପହଞ୍ଚିଥିଲା । ଏହି ସମୟରେ ସାମାଜିକ ଗଣମାଧ୍ୟମରେ ଶୋଭାଯାତ୍ରାରେ ରେକର୍ଡ ଡ୍ୟାନ୍ସ, ଡିଜେ ବାଜୁଥିବା ସହ ଶୋଭାଯାତ୍ରାରେ ଶତାଧିକ ଲୋକ ଉପସ୍ଥିତ ଥିବା ଭିଡିଓ ପ୍ରସାରିତ ହୋଇଥିଲା ।

ଭସାଣି ପାଇଁ ପ୍ରଶାସନିକ ଅନୁମତି ଓ କୋଭିଡ କଟକଣା ମାନିନଥିବା ନେଇ ବିଭିନ୍ନ ସ୍ତରରେ ପ୍ରଶାସନକୁ ବହୁ ଲୋକ ସମାଲୋଚନା କରିଥିଲେ । ଏହି ଖବର ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଭିଡ ଘଉଡାଇବା ସହ ପୂଜା କମିଟି ସହ ଆଲୋଚନା କରିଥିଲା । ପରେ କମ୍ ସଂଖ୍ୟକ ଲୋକଙ୍କୁ ନେଇ ଭଷାଣି ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.