ବ୍ରହ୍ମପୁର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । କୋରୋନାର ମୁକାବିଲା ପାଇଁ ବ୍ରହ୍ମପୁର ସହରରେ ଅନ୍ୟ ଏକ କୋଭିଡ କେୟାର ସେଣ୍ଟର ଆରମ୍ଭ ହୋଇଯାଇଛି । ସହରର ଇଞ୍ଜିନିୟରିଂ ସ୍କୁଲ ଛକରେ ଥିବା ମହିଳା ପଲିଟେକନିକ୍ ପରିସରରେ ରହିଥିବା ଆଇଟିଆଇ ଛାତ୍ରୀ ନିବାସରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲାଯାଇଛି ।
ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ,ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ମହାନଗର କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ରହିଥିଲେ । କୋଭିଡ୍ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ସରକାର ସ୍ଥିତିକୁ ଅନୁଧ୍ୟାନ କରି ହସ୍ପିଟାଲ ଏବଂ ବେଡ଼ ସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ