ବ୍ରହ୍ମପୁର: ପଞ୍ଚାୟତ ସ୍ତରରେ ଆୟୋଜିତ ହେଲା କୋଭିଡ ସଚେତନତା ଶୋଭାଯାତ୍ରା । କୋରୋନା ମହାମାରୀର ଦ୍ବିତୀୟ ଲହରକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି । ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯିବା ସହ ଡାକବାଜି ଯନ୍ତ୍ର ସହାୟତା ସମେତ ବିଭିନ୍ନ ଉପାୟରେ ଜନସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ କୁକୁଡ଼ାଖଣ୍ଡି ବ୍ଳକ ଗୁରୁଣ୍ଠି ଗ୍ରାମ ପଞ୍ଚାୟତ ପକ୍ଷରୁ ଏଭଳି ସଚେତନତା ରାଲି କରାଯାଇଛି ।
![ପଞ୍ଚାୟତରେ ଆୟୋଜିତ ହେଲା କୋଭିଡ ସଚେତନତା ରାଲି](https://etvbharatimages.akamaized.net/etvbharat/prod-images/od-bam-covid-awarnes-program-at-panchayat-level-7205524_29052021234438_2905f_1622312078_820.jpg)
ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ମିଳୁଥିବାରୁ ଏହି କୋରୋନା ମହାମାରୀ ଯୋଗୁଁ ଲୋକଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଗୁରୁଣ୍ଠି ଗ୍ରାମ ପଞ୍ଚାୟତ ସରପଞ୍ଚ ଟି.ମିନତୀ ପାତ୍ରଙ୍କ ତତ୍ତ୍ବାବଧାନରେ ବିଭିନ୍ନ ସାହି ପରିକ୍ରମା କରି ଆଶାକର୍ମୀ ଓ ଅଙ୍ଗନବାଡ଼ି ମାନେ ସମସ୍ତେ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ହାତରେ ପ୍ଲାକାଡ ଧରି ସ୍ଥାନୀୟ ବିଭିନ୍ନ ୱାର୍ଡ ପରିକ୍ରମା କରିବା ସହ ଜନସଚେତନ କରିଥିଲେ । ଡ଼ାକବାଜି ଯନ୍ତ୍ର ସହାୟତାରେ ନିଜର ଘର ଓ ପରିବେଶକୁ ସଫା ରଖିବା ସହ ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା, ସାମାଜିକ ଦୂରତା ରକ୍ଷା କରିବା, ଅତ୍ୟାବଶ୍ୟକ ନହେଲେ ଘରୁ ବାହରକୁ ନଆସିବା, ଲକଡ଼ାଉନ, ସର୍ଟଡ଼ାଉନ ସମେତ ପ୍ରଶାସନର ସମସ୍ତ ନିୟମକୁ ମାନି କରି ପଞ୍ଚାୟତବାସୀଙ୍କୁ ଅନୁରୋଧ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜ ସେବକ ଟି.ନରସିଂହ ପାତ୍ର, ଏଏନ୍ଏମ୍ ସୁଜତା ରାଣୀ ଦାସ,ଅଙ୍ଗନୱାଡି କର୍ମୀ ବିଷ୍ଣୁପ୍ରିୟା ମଲଣା, ଆଶାକର୍ମୀ ରୁନୁ ପଣ୍ଡାଙ୍କ ସମେତ ଅନେକ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ