ETV Bharat / city

‘ଛତ୍ରପୁରରେ ବ୍ୟାପକ ହେଉଛି ଟେଷ୍ଟିଂ’ - covid situation in ganjam

କୋଭିଡ୍‌ ମୁକାବିଲା ପାଇଁ ଛତ୍ରପୁର ଉପଖଣ୍ଡରେ ଟେଷ୍ଟିଂକୁ ବ୍ୟାପକ କରାଯାଇଛି । ଅଧିକ ପଢନ୍ତୁ...

‘ଛତ୍ରପୁରରେ ବ୍ୟାପକ ହେଉଛି ଟେଷ୍ଟିଂ’
‘ଛତ୍ରପୁରରେ ବ୍ୟାପକ ହେଉଛି ଟେଷ୍ଟିଂ’
author img

By

Published : Aug 29, 2020, 8:32 AM IST

ବ୍ରହ୍ମପୁର: କୋଭିଡ୍‌ ମୁକାବିଲା ପାଇଁ ଛତ୍ରପୁର ଉପଖଣ୍ଡରେ ଟେଷ୍ଟିଂକୁ ବ୍ୟାପକ କରାଯାଇଛି । ଉପଖଣ୍ଡରେ ରହିଥିବା ପାଞ୍ଚଟି ବ୍ଲକ ଏବଂ 9 ଟି ସହରାଞ୍ଚଳରେ ରହିଥିବା ସି.ଏଚ୍.ସି ଏବଂ ପିଏସସି ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏହି କୋଭିଡ ଟେଷ୍ଟ କରିବା ପାଇଁ ଏଲଟି ମାନଙ୍କୁ ଅଧିକ ତାଲିମ୍ ଦିଆଯାଇ କେନ୍ଦ୍ର ଗୁଡିକରେ ଟେଷ୍ଟ କରାଯାଉଥିବା ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀ କହିଛନ୍ତି ।

‘ଛତ୍ରପୁରରେ ବ୍ୟାପକ ହେଉଛି ଟେଷ୍ଟିଂ’

ସୂଚନା ମିଳିବା ସୁଦ୍ଧା 68,922 ଜଣଙ୍କର ଟେଷ୍ଟିଂ କରାଯାଇଥିବାବେଳେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ 75 ହଜାର ଟେଷ୍ଟିଂ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମୁଦାୟ ଟେଷ୍ଟିଂ ମଧ୍ୟରୁ ଆଣ୍ଟିଜେଣ୍ଟ ଟେଷ୍ଟ 55,441 ରହିଥିବାବେଳେ ଆରଟିପିସିଆର ଟେଷ୍ଟ 14,181 ରହିଛି ।

ଗତ ସପ୍ତାହରେ ଉପଖଣ୍ଡରେ ପ୍ରାୟ 22,418ଜଣଙ୍କ ଟେଷ୍ଟ ହୋଇଥିଲା । ଉପଖଣ୍ଡର କୋଭିଡ ପରୀକ୍ଷା ଜିଲ୍ଲାର ମୋଟ ଟେଷ୍ଟର 33 ପ୍ରତିଶତ ବୋଲି କୁହାଯାଇଛି । ଲୋକେ ସ୍ବତ୍ତପ୍ରବୃତ ଭାବେ ଟେଷ୍ଟ ପାଇଁ ଆସୁଥିବା ସେ କହିବା ସହ ନିୟମିତ 3202 ଜଣଙ୍କ କୋଭିଡ୍‌ ଟେଷ୍ଟ କରାଯାଉଥିବା ସେ କହିଛନ୍ତି ।

ମୁଖ୍ୟତଃ ସ୍ବାସ୍ଥ୍ୟ ବିଭାଗର ଟିମ୍ ଓ ମେଡିକାଲ ଅଫିସର ମାନେ ଟେଷ୍ଟିଂ ବୃଦ୍ଧି ଉପରେ ଗୁରୁତ୍ବ ଦେଉଥିବାବେଳେ କୌଣସି ବ୍ୟକ୍ତିକୁ ଆବଶ୍ୟକ ପଡିଲେ ଟେଷ୍ଟିଂ ଅନ୍ ଡିମାଣ୍ଡ ଅନୁଯାୟୀ ମଧ୍ୟ କୋଭିଡ ପରୀକ୍ଷା କରାଯାଉଛି । ବର୍ତ୍ତମାନ ମଧ୍ୟ ଚିହ୍ନଟ ହେଉଥିବା ବହୁ ପଜେଟିଭ୍ ମାମଲାରେ କୌଣସି ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ରହୁଥିବାରୁ ସେମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି ଦିଆଯାଇଛି । ଛତ୍ରପୁର ଉପଖଣ୍ଡରେ 74 ପ୍ରତିଶତ ମାମଲା ହୋମ୍‌ ଆଇସୋଲେସନରେ ହିଁ ରହିଥିବା ସେ କହିଛନ୍ତି ।

ତେବେ ଛତ୍ରପୁର ଉପଖଣ୍ଡରେ ମୋଟ 5035 ଜଣ ଆକ୍ରାନ୍ତ ହୋଇଥିବାବେଳେ 4338 ଜଣ ସୁସ୍ଥ ହୋଇଛନ୍ତି । 86.16 ପ୍ରତିଶତ ସୁସ୍ଥହାର ରହିଛି । 460ଟି ସକ୍ରିୟ ମାମଲା ଥିବାବେଳେ 55 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି 449 ଜଣ କୋରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବାବେଳେ 373 ଜଣ ସୁସ୍ଥ ହୋଇଛନ୍ତି । 70 ଟି ସକ୍ରିୟ ମାମଲା ଥିବାବେଳେ 6 ଜଣଙ୍କର ମୃତ୍ୟୁ ଘଟିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.