ବ୍ରହ୍ମପୁର: ସ୍କାର୍ଟଫୋନରେ ଆପଣ ଫେକ୍ ଅକ୍ସିମିଟର ଆପ୍ ଡାଉନଲୋଡ କରୁଛନ୍ତି କି ? ଆଉ ଏହି ଆପ ମାଧ୍ୟମରେ ଶରୀରର ଅକ୍ସିଜେନ୍ ,ସୁଗାର, ବିପି ସ୍ତର ଯାଞ୍ଚ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ସତର୍କ କରାଇଛନ୍ତି ଗଞ୍ଜାମ ପୋଲିସ ।
ଗତ କିଛି ଦିନ ମଧ୍ୟରେ ଶରୀରର ଏହି ସ୍ତର ଜାଣିବା ପାଇଁ ବହୁ ଲୋକ ନିଜ ସ୍ମାର୍ଟ ମୋବାଇଲ ଫୋନ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରୁଛନ୍ତି । ପ୍ରବଳ ସଂଖ୍ୟାରେ ଆପ ଡାଉନଲୋଡ଼ କରୁଛନ୍ତି। ହେଲେ ଏହାକୁ ଅପବ୍ୟବହାର କରୁଛନ୍ତି ସାଇବର ଅପରାଧୀ ।
![ସାବଧାନ ! ଅକ୍ସିମିଟର ଆପ ଡାଉନଲୋଡ଼ କରୁଛନ୍ତି କି ...](https://etvbharatimages.akamaized.net/etvbharat/prod-images/od-bam-beware-of-fake-oxymeter-apps-7205524_26052021172555_2605f_1622030155_762.jpg)
ଏହି ଆପ୍ ମାଧ୍ୟମରେ ଦିଆଯାଉଥିବା ହାତରର ଟିପ୍ ଏବଂ ଫିଙ୍ଗର ପ୍ରିଣ୍ଟକୁ ନେଇ ଦୁର୍ବୃତ୍ତ ମାନେ କପି କରି ନେଉଛନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତିର ଆଧାରକାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଛନ୍ତି । ଏଣୁ ଏଭଳି କାର୍ଯ୍ୟକୁ ନକରିବାକୁ ଆହ୍ବାନ ଦେବା ସହ କୌଣସି ଫେକ୍ ଆପକୁ ଡାଉନଲୋଡ ନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରଏ । ଟୁଇଟ୍ ମାଧ୍ୟମରେ ଗଞ୍ଜାମ ପୋଲିସ ପକ୍ଷରୁ ଏଭଳି ଅପିଲ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ