ETV Bharat / city

ଗଞ୍ଜାମରେ ବରିଷ୍ଠ ସଚିବ ଜି. ମାଥିଭାଥାନନ, କୋରୋନା ସ୍ଥିତି କଲେ ସମୀକ୍ଷା - corona review meeting

ରାଜ୍ୟର ଏହି ବୃହତ୍ତମ ଜିଲ୍ଲାର କୋଭିଡ୍ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ନୋଡାଲ ପ୍ରଶାସନିକ ଅଧିକାରୀ ଜି. ମାଥି ଭାଥାନନ୍ ଗୁରୁବାର ଗଞ୍ଜାମ ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏନେଇ ସମୀକ୍ଷା କରିଥିଲେ । ଅଧିକ ପଢନ୍ତୁ...

ବରିଷ୍ଠ ସଚିବ ଜି. ମାଥିଭାଥାନନଙ୍କ କୋରୋନା ସ୍ଥିତି ସମୀକ୍ଷା

author img

By

Published : Jun 25, 2020, 6:16 PM IST

Updated : Jun 25, 2020, 7:34 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ନେଇ ସାରା ରାଜ୍ୟର ନଜର ରହିଥିବା ବେଳେ ଏହି ଅବସରରେ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ସଚିବ ଜି. ମାଥିଭାଥାନନ୍ ।

ଗଞ୍ଜାମରେ ବରିଷ୍ଠ ସଚିବ ଜି. ମାଥିଭାଥାନନ, କୋରୋନା ସ୍ଥିତି କଲେ ସମୀକ୍ଷା

ରାଜ୍ୟର ଏହି ବୃହତ୍ତମ ଜିଲ୍ଲାର କୋଭିଡ୍ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ନୋଡାଲ ପ୍ରଶାସନିକ ଅଧିକାରୀ ଜି. ମାଥି ଭାଥାନନ୍ ଗୁରୁବାର ଗଞ୍ଜାମ ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏନେଇ ସମୀକ୍ଷା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କୋଭିଡ୍ 19 ପରିଚାଳନା ଗତ ସମସ୍ତ ତଥ୍ୟ ବୈଠକରେ ଉପସ୍ଥାପନ କରିଥିଲେ । ଏହାସହ ଜିଲ୍ଲାରେ କୋଭିଡକୁ ନେଇ ବର୍ତ୍ତମାନର ସ୍ଥିତି କିଭଳି ରହିଛି ଏବଂ ଦେଖାଦେଉଥିବା ସମସ୍ୟାକୁ କିପରି ପରିଚାଳନା କରାଗଲେ ଏହି ରୋଗ ସଂକ୍ରମଣକୁ ରୋକାଯାଇ ପାରିବ ସେନେଇ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ତେବେ ଏଯାବତ୍ ଗଞ୍ଜାମ ଜିଲ୍ଲାକୁ ସମୁଦାୟ 227ଟି ଟ୍ରେନରେ 127234 ଜଣ, ବସ୍ ଯୋଗେ 44382 ଏବଂ ଅନ୍ୟାନ୍ୟ ବ୍ୟବସ୍ଥାରେ 45204 ଜଣ ଏହିପରି ସମୁଦାୟ 2 ଲକ୍ଷ 16 ହଜାର 820 ଜଣ ପ୍ରବାସୀ ଫେରିଛନ୍ତି । ସମସ୍ତଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇ ମୋଟ 13,754 ଜଣଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ 12 ହଜାର 306 ଜଣଙ୍କ ସାମ୍ପଲ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ 1030 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିକିତ୍ସା ପରେ 729 ଜଣ ସୁସ୍ଥ ହୋଇ ଫେରିଛନ୍ତି । 239ଟି ଆକ୍ଟିଭ୍ କେସ୍ ରହିଛି । ଏହାସହ 8 ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଯାଞ୍ଚ କରାଯାଇଛି । ଆଇନ ଶୃଙ୍ଖଳା ପରିଚାଳନା ଦିଗରେ ପୋଲିସ କୋଭିଡ୍ ଯୋଦ୍ଧାଙ୍କର ଭୂମିକା ସମ୍ପର୍କରେ ଉଭୟ ବ୍ରହ୍ମପୁର ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଅବଗତ କରାଇ ଏହାର ପରିଚାଳନାଗତ ସମସ୍ୟାକୁ କିପରି କରାଗଲେ ଜିଲ୍ଲାରେ କୋଭିଡର ସଂଙ୍କ୍ରମଣ ବୃଦ୍ଧିକୁ ରୋକାଯାଇ ପାରିବ ତାହା ଆଲୋଚନା କରିଥିଲେ ।

ଗ୍ରାମପଞ୍ଚାୟତ ସ୍ତରରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇ କାର୍ଯ୍ୟର ପରିଚାଳନା ହେଉଥିବା ଅବଗତ କରାଯାଇଥିଲା । ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚ୍ଚିବ ଅଜିତ ମହାନ୍ତି ଉପସ୍ଥିତ ରହି କୋଭିଡର ପରିଚାଳନାଗତ ସମସ୍ୟାର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ ।

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକୀ ମିଶ୍ର, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରଏ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ , ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଏବଂ କୋଭିଡ୍ ପରିଚାଳନାରେ ସଂପୃକ୍ତ ବିଭାଗୀୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 25, 2020, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.