ETV Bharat / city

ଗଞ୍ଜାମରେ କୋରୋନା ସ୍ଥିତି ଅସମ୍ଭାଳ, ପଜେଟିଭ୍ ସଂଖ୍ୟା ୧୩୬୭ - ଗଞ୍ଜାମରେ ପଜେଟିଭ୍ ସଂଖ୍ୟା ୧୩୬୭

ଗଞ୍ଜାମରେ କୋରୋନା ସ୍ଥିତି ଅସମ୍ଭାଳ । ରବିବାର ରାତିସୁଦ୍ଧା ପୁଣି ୯୬ ପଜେଟିଭ୍ ଚିହ୍ନଟ । ଜିଲ୍ଲାରେ ପଜେଟିଭ୍ ସଂଖ୍ୟା ୧୩୬୭, ଚିକିତ୍ସାଧିନ ରହିଛନ୍ତି ୪୬୩, ମୃତ୍ୟୁ ସଂଖ୍ୟା ୧୨ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗଞ୍ଜାମରେ କୋରୋନା ସ୍ଥିତି ଅସମ୍ଭାଳ, ପଜେଟିଭ୍ ସଂଖ୍ୟା ୧୩୬୭

author img

By

Published : Jun 29, 2020, 10:36 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଏକ ପ୍ରକାର ଅସମ୍ଭାଳ ସ୍ଥିତିରେ ପହଞ୍ଚିଲା କୋରୋନା ସଂକ୍ରମଣ । ଏଭଳି ସ୍ଥିତିରେ କେବଳ ରବିବାର ରାତି ସୁଦ୍ଧା ଜିଲ୍ଲାରେ ୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଏହାକୁ ମିଶାଯାଇ ପଜେଟିଭ୍ ସଂଖ୍ୟା ୧୩୬୭ ରେ ପହଞ୍ଚିଛି । ଇତି ମଧ୍ୟରେ ମୋଟ ୪୬୩ ଜଣ ଜିଲ୍ଲାର କୋଭିଡ କେୟାର ଏବଂ କେଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଗଞ୍ଜାମରେ କୋରୋନା ସ୍ଥିତି ଅସମ୍ଭାଳ, ପଜେଟିଭ୍ ସଂଖ୍ୟା ୧୩୬୭
ଗଞ୍ଜାମରେ କୋରୋନା ସ୍ଥିତି ଅସମ୍ଭାଳ, ପଜେଟିଭ୍ ସଂଖ୍ୟା ୧୩୬୭

ଇତିମଧ୍ୟରେ ଜିଲ୍ଲାର ମୃତ୍ୟୁ ସଂଖ୍ୟା ୧୨ ରେ ପହଞ୍ଚିଛି । ସେହିପରି ଜିଲ୍ଲାରେ ୮୯୨ ଜଣ ସୁସ୍ଥ ହୋଇଥିବା କୁହାଯାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ଆଗଧାଡିର କୋରୋନା ୱାରିଅର୍ ରହିଥିବା ବେଳେ ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗର ଅଞ୍ଚଳର ଦୁଇ ଜଣ ଲେଖାଏଁ ରହିଥିବା ବେଳେ ପାତ୍ରପୁର ବ୍ଲକରେ ତିନି, ବୁଗୁଡା ଅଞ୍ଚଳର ଏବଂ ସାନଖେମୁଣ୍ଡି ରେ ଜଣେ ରହିଥିବା ଜିଲ୍ଲାପାଳ ନିଜର ଟୁଇଟି ମାଧ୍ୟମରେ ଅବଗତ କରାଇଛନ୍ତି ।

ସେହିଭଳି ଅନ୍ୟ ରାଜ୍ୟରୁ ଆସିଥିବା ୭ ଜଣଙ୍କ ପଜେଟିଭ୍ ରିପୋର୍ଟ ରହିଛି । ସେପଟେ ମୁମ୍ବାଇ, ବେଙ୍ଗାଲୁରୁ, ସୁରଟ ଓ ତାମିଲନାଡୁରୁ ଫେରିଥିବା ଏହି ବ୍ୟକ୍ତିବିଶେଷମାନେ ଜିଲ୍ଲାର ରଙ୍ଗେଇଲୁଣ୍ଡା, ବୁଗୁଡା, ଛତ୍ରପୁର, ପାତ୍ରପୁର ଓ ପୁରଷୋତ୍ତମପୁର ଅଞ୍ଚଳରେ ରହିଛନ୍ତି । ଅବଶିଷ୍ଟ ୭୧ ଜଣ ଏକ୍ଟଟିଭ୍ କଣ୍ଟାକ୍ଟ ପଜେଟିଭ୍ ମାମଲା ଚିହ୍ନଟ ହୋଇଥିବା କୁହାଯାଇଛି । ସେଥିରୁ ଆସିକାରୁ ଦୁଇ ଜଣ, ବେଲଗୁଣ୍ଠାରେ ଚାରି, ବ୍ରହ୍ମପୁର ମହାନଗର ନିଗମ ରୁ ୯, ଭଞ୍ଜନଗରରୁ ତିନି ଜଣ, ଛତ୍ରପୁରରୁ ଦୁଇ , ଚିକିଟିରୁ ଦୁଇ, ଧରାକୋଟରେ ଜଣେ, କବିସୂର୍ଯ୍ୟନଗରରୁ ୧୪ , ଖଲ୍ଲିକୋଟରୁ ଜଣେ, ବେଗୁନିଆପଡାରୁ ପାଞ୍ଚ, କୁକୁଡାଖଣ୍ଡିରୁ ଜଣେ, ପାତ୍ରପୁର ଓ ପୋଲସରାରେ ତିନି, ରଙ୍ଗେଇଲୁଣ୍ଡାରେ ଦୁଇ, ସାନଖେମୁଣ୍ଡିରେ ପାଞ୍ଚ ଏବଂ ଶେରଗଡ ଓ ସୋରଡାରେ ଦୁଇ ଲେଖାଏଁ ଚିହ୍ନଟ ହୋଇଥିବା ଜଣାଯାଇଛି ।

ସେହିପରି ସୋମବାର ଗଞ୍ଜାମ ଜିଲ୍ଲାର ୬୦ ଜଣ ଆକ୍ରାନ୍ତ ବ୍ୟକ୍ତିବିଶେଷ ସୁସ୍ଥ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଜିଲ୍ଲାରେ ୭୬ ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ଜିଲ୍ଲାରେ କାର୍ଯ୍ୟରତ ଥିବା ବହୁ ଆଗଧାଡିର କୋରୋନା ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତିତ କରିଦେଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.