ବ୍ରହ୍ମପୁର: ମହାମାରୀ କୋରୋନାର ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ସ୍କୁଲ ଓ ଗଣଶିକ୍ଷା ବିଭାଗର ଶିକ୍ଷକ ଓ କର୍ମଚାରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ 1 କୋଟି ୩୯ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।
ଗଞ୍ଜାମର ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କ ଗୋଟିଏ ଦିନର ଦରମା ପ୍ରଦାନ କରିବା ସହ ଏହି ସହାୟତା ରାଶିକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଜରିଆରେ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ବିଭିନ୍ନ ବିଭାଗ ସହିତ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ