ବ୍ରହ୍ମପୁର: ଧିରେ ଧିରେ ଗୋଟିଏ ପରେ ଗୋଟିଏ ସାହିକୁ ନିଜର କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଆଉ ଏହି ସଂକ୍ରମଣକୁ ରୋକିବା ପାଇଁ ବ୍ରହ୍ମପୁର ସହରରେ ମହାନଗର ନିଗମ ପକ୍ଷରୁ ଅଧିକ ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା ହୋଇସାରିଛି । ଏହି କ୍ରମରେ ବ୍ରହ୍ମପୁର ସହରରେ ପୁଣି ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି ପ୍ରଶାସନ ।
![ବ୍ରହ୍ମପୁରର ଆଇ ଦୁଇଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା](https://etvbharatimages.akamaized.net/etvbharat/prod-images/od-bam-containment-zone-7205524_28042021073456_2804f_1619575496_61.jpg)
ସହରର ହିଲପାଟଣା ତୃତୀୟ ଲାଇନ୍ ଏବଂ ଶାସ୍ତ୍ରୀ ନଗର ପ୍ରଥମ ଲାଇନ୍ରେ ଏହି କଣ୍ଟେନମେଣ୍ଟ ଘୋଷଣା କରାଯିବା ସହିତ ଉକ୍ତ ଅଞ୍ଚଳକୁ ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ ବାରଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ