ETV Bharat / city

ବ୍ରହ୍ମପୁରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବି କଲା କଂଗ୍ରେସ

ଭୁବନେଶ୍ବର ଓ କଟକରେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ସରକାରଙ୍କ ଘୋଷଣା ପରେ ବ୍ରହ୍ମପୁରରେ ବର୍ଦ୍ଧିତ ହୋଲଡିଂ ଟିକସ ପ୍ରତ୍ୟାହାର ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ...

congress demostration on holding tax on berhampur
ବ୍ରହ୍ମପୁରରେ ବର୍ଦ୍ଧିତ ହୋଲିଡିଙ୍ଗ୍ ଟ୍ୟାକ୍ସ ପ୍ରତ୍ୟାହାର ଦାବି କଲା କଂଗ୍ରେସ
author img

By

Published : Mar 20, 2021, 10:14 AM IST

ବ୍ରହ୍ମପୁର: ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବି କଲା କଂଗ୍ରେସ । ରାଜଧାନୀ ଭୁବନେଶ୍ବର ଓ କଟକରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ସରକାରଙ୍କ ଘୋଷଣା ପରେ ବ୍ରହ୍ମପୁର ସହରରେ ଏହାକୁ ପ୍ରତ୍ୟାହାର କରାଯିବା ଦାବି କରି ବିଭିନ୍ନ ମହଲରେ କରାଯାଇଛି ବିରୋଧ ।

ବ୍ରହ୍ମପୁରରେ ବର୍ଦ୍ଧିତ ହୋଲିଡିଙ୍ଗ୍ ଟ୍ୟାକ୍ସ ପ୍ରତ୍ୟାହାର ଦାବି କଲା କଂଗ୍ରେସ

ବ୍ରହ୍ମପୁର ସହରରେ ବିଜେପି ପରେ କଂଗ୍ରେସ ପକ୍ଷରୁ ତୁରନ୍ତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର କରିବା ଦାବୀରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମୁଖରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଛି । ଏହା ପରେ ମହାନଗର ନିଗମ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କରାଯାଇଥିଲା । ଜାତୀୟ କିଷାନ କଂଗ୍ରେସର ଓଡିଶା ପ୍ରଭାରୀ ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳର କର୍ମକର୍ତ୍ତା ମାନେ ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାନଗଲେ ଆଗାମୀ ଦିନରେ ଏହାକୁ ଆହୁରୀ ବ୍ୟାପକ କରାଯିବ ବୋଲି କୁହାଯାଇଛି ।

କୋରୋନା ପ୍ରଭାବରେ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ବ୍ରହ୍ମପୁରରେ ଜନସାଧାରଣ ନିଜର ଜୀବନ ଜୀବିକା ପାଇଁ ସଙ୍ଘର୍ଷ କରି ଆସୁଥିବା ବେଳେ ନିଗମ ତରଫରୁ ସାଧାରଣ ଜନତାଙ୍କ ଉପରେ ବର୍ଦ୍ଧିତ ଟିକସ ବୋଝ ସାଧାରଣ ଜନତାଙ୍କୁ ବାଧୁଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.