ETV Bharat / city

ଗୋଳନ୍ଥରା ବିଚାରଧୀନ କଏଦୀ ମୃତ୍ୟୁ ଘଟଣା, ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ବିଚାରଧୀନ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣା । ଏନେଇ ଅନ୍ତେବାସୀଙ୍କ ପରିବାକୁ ଭେଟିଛି କଂଗ୍ରେସ । ନିରପେକ୍ଷ ତଦନ୍ତ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ

ବିଚାରାଧୀନ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣା:ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

author img

By

Published : Jun 5, 2022, 10:35 AM IST

ବ୍ରହ୍ମପୁର: ବିଚାରଧୀନ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣା । ଏନେଇ ଅନ୍ତେବାସୀଙ୍କ ପରିବାକୁ ଭେଟିଛି କଂଗ୍ରେସ । ଘଟଣାରେ ନ୍ୟାୟ ପାଇବା ପାଇଁ କଂଗ୍ରେସ ଟିମ ସହ ଯାଇ ମୃତକଙ୍କ ପରିବାର ଗୋଳନ୍ଥରା ଥାନାରେ ଏତଲା ଦେଇଛନ୍ତି । ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି କଂଗ୍ରେସ ।

ବିଚାରାଧୀନ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣା:ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ସୂଚନା ଅନୁସାରେ, ବ୍ରହ୍ମପୁର ମଣ୍ଡଳ କାରାଗାରର ବିଚାରଧୀନ ଅନ୍ତେବାସୀ ମିଟୁ ବେହେରାଙ୍କୁ ଗତ ଏକ ତାରିଖ ଦିନ ଚୋରା ମଦ କାରବାର ଅଭିଯୋଗରେ ଗିରଫ ପରେ ମଣ୍ଡଳ କାରାଗାରକୁ ପଠାଇ ଦେଇଥିଲେ କୋର୍ଟ । ହେଲେ ମଣ୍ଡଳ କାରାଗାରରେ ଅସୁସ୍ଥ ହୋଇ ଥିବାରୁ ମିଟୁକୁ ଶୁକ୍ରବାର ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା କୁହାଯାଇଛି ।

ଏହାବି ପଢନ୍ତୁ: ଗୋଳନ୍ଥରାରେ ହାଜତ ମୃତ୍ୟୁ ଅଭିଯୋଗ, ପୋଲିସକୁ ଦାୟୀ କଲେ ପରିବାର

ଗୋଳନ୍ଥରା ଥାନା ପୋଲିସ ତାଙ୍କୁ ଗିରଫ କରି ମାଡ ମାରିବା ପରେ କୋର୍ଟ ଚାଲାଣ କରି ମଣ୍ଡଳ କାରାଗାରକୁ ପଠାଇ ଦେଇଥିଲା । ଯାହାକୁ ନେଇ ତାଙ୍କର ଏଭଳି ଅସ୍ବାଭାବିକ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସେପଟେ, ଏ ମାମଲାରେ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ମଧ୍ୟ ପୋଲିସ ମାଡରେ ଗୁରୁତର ହୋଇଥିବା ନେଇ କଂଗ୍ରେସର କର୍ମକର୍ତ୍ତାମାନେ କହିଛନ୍ତି । ସେପଟେ ପରିବାର ବର୍ଗଙ୍କୁ ସଠିକ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.