ETV Bharat / city

ମନୋଜ ଜେନା ହତ୍ୟାକାଣ୍ଡ ଘଟଣା: ପୋଲିସ ଏନକାଉଣ୍ଟରରେ 2 ଆହତ - ବ୍ରହ୍ମପୁର

ବହୁ ଚର୍ଚ୍ଚିତ ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା 2 ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ସ୍ବତନ୍ତ୍ର ଟିମ ଏନକାଉଣ୍ଟର କରିଛି । ଫଳରେ 2 ଜଣ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jun 1, 2019, 8:46 AM IST

ବ୍ରହ୍ମପୁର: ଗଞ୍ଜାମ ଆସିକାର ବହୁ ଚର୍ଚ୍ଚିତ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଥିବା 2 ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ସ୍ବତନ୍ତ୍ର ଟିମ ଏନକାଉଣ୍ଟର କରିଛି । ପୋଲିସ ଗୁଳିରେ ବୁଲୁ ଓରଫ ଗଣେଶ ନାୟକ ଏବଂ ହୃର୍ଷି ପାତ୍ର ଆହତ ହୋଇଥିବାବେଳେ ଘଟଣାସ୍ଥଳରୁ ଅନ୍ୟ 3 ଜଣ ଫେରାର ହୋଇଛନ୍ତି ।

ବ୍ରହ୍ମପୁର ସହର ଗୋଳନ୍ଥରା ଥାନା ଅନ୍ତର୍ଗତ ରାସ୍ତା ଦେଇ ଦୁଇଟି ମୋଟର ସାଇକେଲରେ 5 ଜଣ ଦୁର୍ବୃତ୍ତ ଯାଉଥିବା ଖବର ପାଇଥିଲା ବ୍ରହ୍ମପୁର ପୋଲିସ । ଏହାପରେ ଏକ ସ୍ବତନ୍ତ୍ର ଟିମ ପକ୍ଷରୁ ସେମାନଙ୍କୁ ଧରିବାକୁ ଏନକାଉଣ୍ଟର କରାଯାଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର
ଆହତ 2 ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯିବା ସହ ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ସମେତ ତିନୋଟି କ୍ୟାଟ୍ରିଜ, ଖୋକା ସହ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ । ଅନ୍ୟପଟେ ଫେରାର ଥିବା ଯୁବକଙ୍କୁ ଧରିବା ପାଇଁ ପୋଲିସ ଟିମ ଉଦ୍ୟମ ଜାରି ରଖିଛି । ତେବେ ଏହି ଅଭିଯୁକ୍ତମାନେ ମନୋଜ ହତ୍ୟା ଘଟଣା ସହ ଅନ୍ୟ ଆଉ ଦୁଇଟି ହତ୍ୟା ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଗତ ମେ 22 ତାରିଖରେ ଆସିକା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆଖିବୁଜା ଗୁଳି ମାରିବା ସହ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଫେରାର ହୋଇଯାଇଥିଲେ । ପରେ ମନୋଜଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.