ETV Bharat / city

ଜିଲ୍ଲାସ୍ତରୀୟ ଶିଳ୍ପାୟନର ମୁଖ୍ୟ ପୁରୋଧା ହେବେ ଜିଲ୍ଲାପାଳ: ଅସିତ ତ୍ରିପାଠୀ

ରାଜ୍ୟରେ ଶିଳ୍ପାୟନର ବିକାଶ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ଜିଲ୍ଲାପାଳ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ...

author img

By

Published : Aug 11, 2021, 7:08 AM IST

Updated : Aug 12, 2021, 12:36 PM IST

ଜିଲ୍ଲାସ୍ତରୀୟ ଶିଳ୍ପାୟନର ମୁଖ୍ୟ ପୁରୋଧା ହେବେ ଜିଲ୍ଲାପାଳ: ଅସିତ ତ୍ରିପାଠୀ
ଜିଲ୍ଲାସ୍ତରୀୟ ଶିଳ୍ପାୟନର ମୁଖ୍ୟ ପୁରୋଧା ହେବେ ଜିଲ୍ଲାପାଳ: ଅସିତ ତ୍ରିପାଠୀ

ବ୍ରହ୍ମପୁର: ଜିଲ୍ଲାସ୍ତରୀୟ ଶିଳ୍ପାୟନରେ ଏଣିକି ଜିଲ୍ଲାପାଳମାନେ ହେବେ ମୁଖ୍ୟ ପୁରୋଧା । ପୂର୍ବରୁ ଜିଲ୍ଲାପାଳମାନେ ମନରେଗା ଠାରୁ ଆରମ୍ଭ କରି ଯେପରି ବିଭିନ୍ନ କାର୍ଯ୍ୟ କରୁଛନ୍ତି ସେଭଳି ଏଣିକି ସେମାନେ ରାଜ୍ୟ ଶିଳ୍ପାୟନ ବିଭାଗର ମୁଖ୍ୟ ଦାୟିତ୍ୱ ତୁଲାଇବେ । କ୍ଷୁଦ୍ର ଏବଂ ବୃହତ୍ତ ଶିଳ୍ପଗୁଡ଼ିକରେ ଲାଗି ରହୁଥିବା ସମସ୍ୟା ଏବଂ ଏହାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଏହାକୁ ସରଳୀକରଣ କରାଯିବା ସହ ଜିଲ୍ଲାସ୍ତରରେ ହିଁ ଏହାର ସମାଧାନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟମ୍ବରରେ ପ୍ରତ୍ୟେକ ଜିଲ୍ଲାପାଳ କାର୍ଯ୍ୟଳୟରେ ତିନି ଜଣ ଲେଖାଏଁ ବୈଷୟିକ ସହାୟକ ନିଯୁକ୍ତ କରାଯିବ ।

ମଙ୍ଗଳବାର ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଚାରୋଟି ଜିଲ୍ଲାର ଶିଳ୍ପ ପରିଚାଳନାର ସମସ୍ୟା ଏବଂ ଏହାର ସମାଧାନ ପାଇଁ କର୍ମଶାଳା ଆୟୋଜିତ ହୋଇଛି । ଯାହାର ଉଦଘାଟନ ଦିବସରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଏଣିକି ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ସେଠାକାର ଶିଳ୍ପାୟନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିବେ ।

ଏଥିସହ ଗଞ୍ଜାମକୁ ଆସିଥିବା ଅଧିକାରୀମାନେ ବୁଧବାର ବିଭିନ୍ନ ଶିଳ୍ପକ୍ଷେତ୍ରକୁ ପରିଭ୍ରମଣ କରିବେ ବୋଲି ସୂଚନା ଦେଇଛନ୍ତି ଅସିତ୍ ତ୍ରିପାଠୀ । ଏହି ସମ୍ମିଳନୀରେ ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 12, 2021, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.