ETV Bharat / city

ପୁଣି MKCG ଛାତରୁ ଖସିଲା ସିଲିଂ, ଚିନ୍ତାରେ ରୋଗୀ - ସୁପର ସ୍ପେଶାଲିଟି କୋଠାରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର(MKCG Medical) ସୁପର ସ୍ପେଶାଲିଟି କୋଠାରୁ ପୁଣି ଖସିଲା ସିଲିଂ । ଗୁରୁବାର ପଞ୍ଚମ ମହଲାରେ ସିଲିଂ ଖସିଥିବା ବେଳେ ଶୁକ୍ରବାର ତୃତୀୟ ମହଲାରେ ପୁଣି ସିଲିଂ ଖସିଛି । ଅଧିକ ପଢନ୍ତୁ

ପୁଣି MKCG ଛାତରୁ ଖସିଲା ସିଲିଂ
ପୁଣି MKCG ଛାତରୁ ଖସିଲା ସିଲିଂ
author img

By

Published : Sep 9, 2022, 2:39 PM IST

ବ୍ରହ୍ମପୁର: ପୁଣି ଏମକେସିଜିରେ(MKCG) ଖସିଲା ସିଲିଂ । ପଞ୍ଚମ ମହଲା ପରେ ଶୁକ୍ରବାର ସକାଳେ ତୃତୀୟ ମହଲାରେ ପୁଣି ସିଲିଂ ଖସିଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଚିନ୍ତାରେ ରୋଗୀ ଏବଂ ସମ୍ପର୍କୀୟ । ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି କୋଠାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । MKCG ମେଡିକାଲରେ ଏହି ନୂତନ କୋଠାର ପଞ୍ଚମ ମହଲରେ ଅଗ୍ନିକାଣ୍ଡ ଘଟଣା ପରେ ଏକପ୍ରକାର ଚର୍ଚ୍ଚାରେ ରହିଥିବାବେଳେ, ଏଠାରେ ଗତ ଦୁଇ ଦିନ ମଧ୍ୟରେ ଦୁଇ ଦୁଇଟି ସ୍ଥାନରେ ସିଲିଂ ଖସିବା ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନିର୍ମାଣ କରିଥିବା ଠିକା ସଂସ୍ଥାର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୁଣି MKCG ଛାତରୁ ଖସିଲା ସିଲିଂ

ଏହା ମଧ୍ୟ ପଢନ୍ତୁ: ଖସିଲା MKCG ମେଡିକାଲର ସିଲିଂ, ଧାରଣାରେ ବିଜେପି କର୍ମକର୍ତ୍ତା

ଗୁରୁବାର ଏଠାକାର ପଞ୍ଚମ ମହଲା କୋଠାରେ ସିଲିଂ ଖସିବା ପରେ ଏହାକୁ ନେଇ ଚାପା ଉତ୍ତୋଜନା ଦେଖିବାକୁ ମିଳିଥିବା ବେଳେ ଶୁକ୍ରବାର ସୁପର ସ୍ପୋସିଆଲିଟି କୋଠାର ତୃତୀୟ ମହଲାରେ ରହିଥିବା ଏଣ୍ଡୋକୋନୋଲୋଜି ବିଭାଗରେ ରୋଗୀମାନେ ରହିଥିବା ସ୍ଥାନରେ ହଠାତ୍ ସିଲିଂ ଖସି ତଳେ ପଡିଯାଇଥିଲା । ଯାହାକୁ ନେଇ ବାରମ୍ୱାର ଗୋଟିଏ ପରେ ଗୋଟିଏ ଘଟଣା ଘଟୁଥିବାରୁ ଏହାକୁ ନେଇ ରୋଗୀ ଏବଂ ସେମାନଙ୍କ ସଂପର୍କୀୟଙ୍କ ସମେତ ସେବା ଯୋଗାଇ ଆସୁଥିବା ମେଡିକାଲ କର୍ମଚାରୀ, ନର୍ସିଂ କର୍ମଚାରୀ ଓ ଚିକିତ୍ସକମାନେ ଏକପ୍ରକାର ଚିନ୍ତିତ ହୋଇପଡିଛନ୍ତି ।

ତୃତୀୟ ମହଲାରେ ସିଲିଂ ଖସିବା ପରେ ସେଠାରେ ରହିଥିବା ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ରହିଛି । ଏଭଳି ଘଟଣା ବାରମ୍ୱାର ଘଟୁଥିବା ଯୋଗୁଁ ଏହାକୁ ନେଇ ଅନେକ ଭୟଭୀତ ହେଉଥିବାରୁ ଏହାର ତୁରନ୍ତ ପ୍ରତିକାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି । ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ କର୍ମଚାରୀମାନେ ପହଞ୍ଚି ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ବିଜେପିର ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦରେ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ବିଜେପି ନେତା ରାମ କୁମାର ପାତ୍ର କହିଛନ୍ତି ଯେ, "ଏହି ହସ୍ପିଟାଲରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବାବେଳେ, ଏବେ ସିଲିଂ ଖସିଛି । ଯଦି ଏହି ସମୟରେ କୌଣସି ରୋଗୀ ରହିଥାନ୍ତ ତାହେଲେ କେତେବଡ ଅଘଟଣ ହୋଇଥାନ୍ତା । ଏହା ବିରୋଧରେ ତଦନ୍ତ କରାଯାଉନାହିଁ । ବାରମ୍ବାର ଖବର ପ୍ରସାରଣ ହେବାପରେ ମଧ୍ୟ ସରକାରଙ୍କ ଚେତା ପଶୁନାହିଁ । ସରକାର ତିଳେ ମାତ୍ର ନିଘା ନାହିଁ । ଏଠାରେ ରୋଗୀ ସୁରକ୍ଷିତ ନାହାନ୍ତି । ହୋଇଥିବା ଦୁର୍ନୀତିର ତଦନ୍ତ କରାଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.