ETV Bharat / city

ବାରହା ଶିକାର ପାଇଁ ଥିବା ବୋମା ଖାଇ ବଳଦ ଗୁରୁତର - ବୋମା ଖାଇ ବଳଦ ଗୁରୁତର

ବ୍ରହ୍ମପୁରର ଖଜାପଲ୍ଲୀ ପଞ୍ଚାୟତରେ ବୋମା ଖାଇ ବଳଦ ଗୁରୁତର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଖାଇ ବଳଦ ଗୁରୁତର

author img

By

Published : Mar 24, 2021, 11:22 AM IST

ବ୍ରହ୍ମପୁର: ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଖାଇ ଏକ ବଳଦ ଗୁରୁତର ହୋଇଛି । ତେବେ ଏଭଳି ଘଟଣା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କବିସୂର୍ଯ୍ୟନଗର ତହସିଲ ଅଧିନସ୍ଥ ଖଜାପଲ୍ଲୀ ପଞ୍ଚାୟତର ବାହାଲପଲ୍ଲୀ ଗ୍ରାମରେ ଘଟିଛି ।

ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଖାଇ ବଳଦ ଗୁରୁତର

ଗ୍ରାମର ସୁଦର୍ଶନ ରାଉତଙ୍କ ଗୃହପାଳିତ ବଳଦ ନିୟମିତ ଭାବରେ ସ୍ଥାନୀୟ ବଗଡ଼ମାଳ ବେଣାଗାଡିଆକୁ ଚରାଇବା ଲାଗି ନିଆଯାଇଥିଲା । ତେବେ ବଳଦଟି ଘାସ ଅନ୍ୱେଷଣରେ ଯାଇ ବୋମା ମିଶ୍ରିତ ଖାଦ୍ୟ ଖାଇବା ଫଳରେ ବୋମାଟି ପାଟିରେ ଫୁଟି ଯାଇଥିଲା l ଯାହାକି ତାର ପାଟିର ଜିଭ, ତଳ ଅଂଶରେ ଗୁରୁତର ଆଘାତ ହୋଇଥିବା ଦେଖାଯାଇଛି । ହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ବାରମ୍ବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ବାରହା ଶିକାର ଏଭଳି ବୋମା ନିର୍ମାଣ କରାଯାଉଛି ।

ତେବେ ଏହାକୁ ଗାଈ ଓ ଗୋରୁ ଚରିବା ସ୍ଥାନରେ ରଖାଯାଉ ଥିବାରୁ ଏଭଳି ଅନେକ ଘଟଣା ସାମନାକୁ ଆସୁଛି । ଏହାକୁ ନେଇ ପୋଲିସ ଓ ବନବିଭାଗର ମିଳିତ ଚଢ଼ାଉ ହେଲେ ପ୍ରକୃତ ଦୋଷୀ ପଦାରେ ପଡିବା ସହ ନିରୀହ ଗୋପାଳିତ ପଶୁଙ୍କ ଜୀବନ ରକ୍ଷା ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.