ETV Bharat / city

ଅବକାରୀ ବିଭାଗ ଚଢ଼ାଉ: ନକଲି ମଦ ଜବତ, ୩ ଗିରଫ

author img

By

Published : Feb 27, 2022, 11:46 AM IST

ବ୍ରହ୍ମପୁର ସହର ଉପକଣ୍ଠରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିଛି । ଏହା ସହିତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଅବକାରୀ ବିଭାଗ ଚଢ଼ାଉ: ନକଲି ମଦ ସହ ୩ ଗିରଫ
ଅବକାରୀ ବିଭାଗ ଚଢ଼ାଉ: ନକଲି ମଦ ସହ ୩ ଗିରଫ

ବ୍ରହ୍ମପୁର: ମାତିଛନ୍ତି ମଦ ବେପାରୀ । ରାଜ୍ୟରେ ବଢିବାରେ ଲାଗିଛି ଦେଶୀଠୁ ନେଇ ବିଦେଶୀ ମଦ କାରବାର । ଅବକାରୀ ବିଭାଗର ଚଢାଉ । ବ୍ରହ୍ମପୁର ସହର ଉପକଣ୍ଠରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ।

ଅବକାରୀ ବିଭାଗ ଚଢ଼ାଉ: ନକଲି ମଦ ସହ ୩ ଗିରଫ

ସୂଚନାନୁସାରେ, ବ୍ରହ୍ମପୁର ସହର ଉପକଣ୍ଠରେ ବିଦେଶୀ ମଦ କାରବାର ନେଇ ବିଶେଷସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ବିଭିନ୍ନ ନାମୀଦାମୀ ବିଦେଶୀ ମଦ କମ୍ପାନୀର ବୋତଲ ଠାରୁ ଆରମ୍ଭ କରି ଲେବୁଲ ,ଠିପି , ଅବକାରୀ ବିଭାଗର ନକଲି ସିଲ୍ ଭଳି ସମସ୍ତ ସରଞ୍ଜାମକୁ ଆଣି ସ୍ପିରିଟ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିଲା ନକଲି ବିଦେଶୀ ମଦ ‌।

ପଞ୍ଚାୟତ ନିର୍ବାଚନ ପରେ ଗଣତି ପାଇଁ ବନ୍ଦ ରହିଥିବା ସରକାରୀ ମଦ ଦୋକାନ ଗୁଡିକରେ ବିକ୍ରି ବନ୍ଦ ରହିଥିବାରୁ ଏହାର ସୁଯୋଗ ନେଇ ନକଲି ବିଦେଶୀ ମଦର ବନ୍ୟା କରିବାକୁ ଯୋଜନା କରିଥିବା ଏକ ମାଫିଆ ଗ୍ୟାଙ୍ଗକୁ କାବୁ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଗତକାଲି(ଶନିବାର) ଅବକାରୀ ବିଭାଗର ଏକ ଟିମ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୩ ଜଣକୁ ଗିରଫ କରିଛି ।

ବ୍ରହ୍ମପୁର ସହର ଉପକଣ୍ଠ ଦିଗପହଣ୍ଡି ଥାନା ଅନ୍ତର୍ଗତ ଜିନିଗୁଡା ଗ୍ରାମରେ ନୂଆସାହି ଏବଂ ଲୋଚାପଡା ଅଞ୍ଚଳରେ ଏଭଳି ନକଲି ବିଦେଶୀ ମଦ ପ୍ରସ୍ତୁତ ହୋଇ ଆସୁଥିବା ଅବକାରୀ ବିଭାଗର ଡେପୁଟି କମିଶନର ରାଜେନ୍ଦ୍ର କୁମାର ଭତ୍ତ୍ରା ସୂଚନା ଦେଇଛନ୍ତି । ଏପରିକି ଜବତ ନକଲି ମଦର ପ୍ରସ୍ତୁତି ସରଞ୍ଜାମ ସେମାନେ କଲିକତା ଅଞ୍ଚଳରୁ ଆଣୁଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଆଠରୁ ଦଶ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.