ETV Bharat / city

ଘରୋଇ ହିଂସା ରୋକିବାକୁ ହେଲ୍ପଲାଇନ ନମ୍ବର ଜାରି କଲା ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ

author img

By

Published : Apr 16, 2020, 4:45 PM IST

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଲକଡାଉନ ସମୟରେ ଘରୋଇ ହିଂସା ରୋକିବାକୁ ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

Both the Berhampur and Ganjam police issued helpline numbers
ଘରୋଇ ହିଂସା ରୋକିବାକୁ ହେଲ୍ପଲାଇନ

ବ୍ରହ୍ମପୁର: ରାଜ୍ୟରେ ଘରୋଇ ହିଂସା ରୋକିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଗଞ୍ଜାମ ଜିଲ୍ଲାର ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ପକ୍ଷରୁ ଏ ନେଇ ଜାରି କରାଯାଇଛି ହେଲ୍ପଲାଇନ ନମ୍ବର । ମୁଖ୍ୟତଃ ଅନେକ ସମୟରେ ଅଭିଯୋଗକାରୀ ମାନେ ଥାନାକୁ ଆସିପାରନ୍ତି ନାହିଁ ।

ଗଞ୍ଜାମ ଜିଲ୍ଲାରେ କୋରୋନା କୁ ନେଇ ଜାରି ହୋଇଥିବା ଲକଡାଉନକୁ କଡାକଡି କରିବା ପାଇଁ ଦୈନିକ ୧୯ ଘଣ୍ଟା ସଟଡାଉନ ରହିଥିବା ବେଳେ ଏଥିଯୋଗୁଁ ଆହୁରି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାରୁ ଉଭୟ ପୋଲିସ ଜିଲ୍ଲା ପକ୍ଷରୁ ଏଭଳି ସ୍ଥିତିରେ ଜାରି କରାଯାଇଥିବା ହେଲପ ଲାଇନ ନମ୍ବର ଅନେକ ସହାୟତା ମିଳିବ ବୋଲି ଆଶା କରାଯାଉଛି ।

ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ୩ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ସେଗୁଡ଼ିକ ହେଲା ୦୬୮୧୧ – ୨୬୩୩୬୦, ୨୬୦୯୯୯, ୨୬୩୭୯୫। ନଚେତ ପୋଲିସ କଣ୍ଟ୍ରୋଲ ନମ୍ବର ୧୦୦ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏବାବଦରେ ଜଣେ ଡିଏସପି ଏହାର ମନିଟରିଂ କରିବେ। ଅଭିଯୋଗ ପାଇ ପୋଲିସ ପହଞ୍ଚି ସହାୟତା ପ୍ରଦାନ କରିବ।

ଏହାସହ ଅଶାଳୀନ ବ୍ୟବହାର ନ କରିବା, ମହିଳାମାନଙ୍କ ଉପରେ ନିର୍ଯାତନା ନ କରିବାକୁ କୁହାଯାଇଛି । ସେହିପରି ବ୍ରହ୍ମପୁର ପୋଲିସ ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ ନମ୍ୱର ହେଲା -୦୬୮୦-୨୨୯୦୦୨୨ ସହିତ ଚାରି ପୋଲିସ ଅଧିକାରୀ ଙ୍କ ନାମ ସହିତ ୨୪ ଘଣ୍ଟିଆ ଡାଏଲ ୧୦୦ କୁ କଲ୍ କରିବାକୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.