ETV Bharat / city

‘ ଗଞ୍ଜାମରେ ନିୟନ୍ତ୍ରଣାଧୀନ ଉଭୟ କୋଭିଡ ଓ ଡେଙ୍ଗୁ ’

author img

By

Published : Sep 14, 2021, 8:42 PM IST

ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣ ମଧ୍ୟରେ ରହିଛି ଉଭୟ କୋଭିଡ୍ ଓ ଡେଙ୍ଗୁ । ସୂଚନା ଦେବା ସହ ଆହୁରି ସତର୍କତା ବଜାୟ ରଖିବା ପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

‘ଗଞ୍ଜାମରେ ନିୟନ୍ତ୍ରଣାଧୀନ ଉଭୟ କୋଭିଡ ଓ ଡେଙ୍ଗୁ ’

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣାଧୀନ ରହିଛି ଉଭୟ କୋଭିଡ୍ ଓ ଡେଙ୍ଗୁ ସ୍ଥିତି । ବିଗତ ସପ୍ତାହରେ ସଂକ୍ରମଣରେ ସାମାନ୍ୟ ବୃ୍ଦ୍ଧି ଦେଖା ଯାଇଥିବାବେଳେ ବର୍ତ୍ତମାନ ଉଭୟ କୋରୋନା ଏବଂ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ଜିଲ୍ଲାପାଳ ।

ଗୋଟିଏ ପଟେ ଟୀକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉ ଥିବାବେଳେ ଏହାକୁ ସହଯୋଗ ସହିତ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏ ନେଇ ସତର୍କତା ଅବଲମ୍ବନ କରିବାରେ ଅବହେଳା କଲେ ସଂକ୍ରମଣ ସାମୟିକ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ସେଥିପାଇଁ ସମସ୍ତେ ବାହାରକୁ ଯିବା ମାତ୍ରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ହାତ ଧୋଇବା ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.