ETV Bharat / city

ଖଲ୍ଲିକୋଟ ବିଧାୟିକାଙ୍କ ଘର ଉପରେ ବୋମାମାଡ, 2 ଆହତ

author img

By

Published : Aug 5, 2021, 7:13 PM IST

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଉପରେ ବୋମାମାଡ ହୋଇଛି । ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଖଲ୍ଲିକୋଟ ବିଧାୟିକାଙ୍କ ଘର ଉପରେ ବୋମାମାଡ,2 ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଗାଁରେ ସିରିଜ ବୋମାମାଡ ହୋଇଥିବାର ଅଭିଯୋଗ ହୋଇଛି । ବିଧାୟିକାଙ୍କ ଗ୍ରାମରେ 2 ଗୋଷ୍ଠୀଙ୍କ ମଧ୍ୟରେ କଳହ ଯୋଗୁଁ ବିଧାୟିକାଙ୍କ ଖଲ୍ଲିକୋଟ ବାସ ଭବନ ଉପରେ ଆକ୍ରମଣ ହୋଇଛି । ଗ୍ରାମରେ ଦୁର୍ବୃତ୍ତମାନେ ୨ ଜଣଙ୍କୁ ଗୋଡେଇ ଗୋଡେଇ ହାଣିଥିବା ମଧ୍ୟ ସୂଚନା ମିଳିଛି ।

ଏହି ଘଟଣାରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହାପରେ ସେମାନଙ୍କୁ ପ୍ରଥମ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର MKCGକୁ ଅଣାଯାଇଛି । ବିଧାୟିକାଙ୍କ ନିଜ ଗ୍ରାମରେ ଏପରେ କ୍ରମାଗତ ଭାବରେ ହୋଇଥିଲା ବୋମାମାଡ଼ । ଏପରିକି ଖଲ୍ଲିକୋଟ ବିଧାୟିକାଙ୍କ ଘର ଉପରକୁ ଟେକା ପଥର ମାଡ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

କେଶପୁରରେ ଏଭଳି ଗଣ୍ଡଗୋଳ ଘଟିଥିବା ସୂଚନା । ହେଲେ ଏଭଳି ଘଟଣା ସମୟରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଘରେ ନଥିବା ବେଳେ ତାଙ୍କ ଘର ଉପରକୁ ଆକ୍ରମଣ ହୋଇଛି। ଏହି ଘଟଣା ପରେ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.