ETV Bharat / city

ରବିବାରଠୁ ବିଜେପିର 'ଫିର ଏକ ବାର ମୋଦି ସରକାର' ନାରା - tomorrow

ଆଗକୁ ସାଧାରଣ ନିର୍ବାଚନ । ବିଜେପି ଦଳ ପକ୍ଷରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆସନ୍ତାକାଲିଠାରୁ ନିଜ ନିଜର ପ୍ରଚାର ପ୍ରସାର ଆରମ୍ଭ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Mar 9, 2019, 11:39 PM IST

ବ୍ରହ୍ମପୁର: ଆଗକୁ ସାଧାରଣ ନିର୍ବାଚନ । ଏଥି ପାଇଁ ରାଜ୍ୟରେ ସୃଷ୍ଟି ହୋଇଛି ଏକ ପ୍ରକାର ନିର୍ବାଚନୀ ମାହୋଲ । ବିଭିନ୍ନ ଦଳର ପ୍ରଚାର ପ୍ରସାର ମଧ୍ୟ ଖୁବ୍ ଜୋରସୋରରେ ଆରମ୍ଭ ହୋଇଛି । ବିଜେପି ଦଳ ପକ୍ଷରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆସନ୍ତାକାଲିଠାରୁ ନିଜ ନିଜର ପ୍ରଚାର ପ୍ରସାର ଆରମ୍ଭ କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ମୁତାବକ, ରବିବାର ଠାରୁ 17 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ଏନ୍.ଏ.ସି ବ୍ଲକ ଏବଂ ପଞ୍ଚାୟତରେ ଦଳ ପକ୍ଷରୁ ଏହି ପ୍ରଚାର କରାଯିବ । ଏହି ଅବସରରେ ଫିର ଏକ ବାର ମୋଦି ସରକାର ଏବଂ ରାଜ୍ୟ ସରକାର ବଦଳିବା ଦରକାରର ବାର୍ତ୍ତା ନେଇ ପ୍ରଚାର କରିବାକୁ ସ୍ଥିର କରିଛି ଦଳ ।

ଏହାସହ ଦଳର ନେତୃବୃନ୍ଦ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ନିଜ ନିଜ ଅଞ୍ଚଳରେ ଉଭୟ ବିଧାନସଭା ଏବଂ ଲୋକସଭା ପ୍ରାର୍ଥୀଙ୍କୁ ବିଜୟ କରିବାକୁ ନିବେଦନ ମଧ୍ୟ କରିବେ ।

ଏଠାରେ ସୂଚନାଯୋଗ୍ୟ, ଦଳ ପକ୍ଷରୁ ହୋଇଥିବା ଏହି ଆଲୋଚନାରେ ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁବକ୍ସି ପାତ୍ର, ରାଜ୍ୟ ସଂପାଦକ ବିଭୂତି ଜେନା, ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.