ETV Bharat / city

‘ ପଛୁଆବର୍ଗ ସଂରକ୍ଷଣ ବିଜ୍ଞାପନ ତ୍ରୁଟିପୂର୍ଣ୍ଣ, ତୁରନ୍ତ ବାତିଲ କରନ୍ତୁ ରାଜ୍ୟ ସରକାର’ - ବିଜେପି ଓବିସି ମୋର୍ଚ୍ଚା

ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ଜାରି କରିଥିବା ପଛୁଆବର୍ଗ ସଂରକ୍ଷଣ ବିଜ୍ଞାପନକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇଲା ବିଜେପି । ପ୍ରତ୍ୟାହାର କରିବା ପାଇଁ ଦାବି କଲେ ବିଜେପି OBC ମୋର୍ଚ୍ଚାର ସଭାପତି ସୁରଥ ବିଶ୍ବାଳ । ଅଧିକ ପଢନ୍ତୁ...

‘ତ୍ରୁଟିପୂର୍ଣ୍ଣ ପଛୁଆବର୍ଗ ସଂରକ୍ଷଣ ବିଜ୍ଞାପନକୁ ତୁରନ୍ତ ବାତିଲ କରନ୍ତୁ ରାଜ୍ୟ ସରକାର’

author img

By

Published : Aug 25, 2021, 7:47 PM IST

ବ୍ରହ୍ମପୁର: ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ଜାରି କରିଥିବା ପଛୁଆବର୍ଗ ସଂରକ୍ଷଣ ବିଜ୍ଞାପନକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇବା ସହ ତୁରନ୍ତ ଏହାକୁ ବାତିଲ କରିବା ପାଇଁ ଦାବି କରିଛି BJP । ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା BJP ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ବାଳ ବ୍ରହ୍ମପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

‘ତ୍ରୁଟିପୂର୍ଣ୍ଣ ପଛୁଆବର୍ଗ ସଂରକ୍ଷଣ ବିଜ୍ଞାପନକୁ ତୁରନ୍ତ ବାତିଲ କରନ୍ତୁ ରାଜ୍ୟ ସରକାର’

ସୁରଥ କହିଛନ୍ତି, ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ସରକାର ଜାରି କରିଥିବା ବିଜ୍ଞାପନରେ କେତେକ ଜାତି ଓ ଉପଜାତି ବର୍ତ୍ତମାନ ପର୍ଯ୍ୟନ୍ତ SEBC ତାଲିକାରୁ ବଞ୍ଚିତ ରହିଥିବାବେଳେ ସଂଖ୍ୟାଧିକ SEBC ବର୍ଗକୁ ଓବିସି ଅନ୍ତଭୁକ୍ତ କରିବା ପାଇଁ ରାଜ୍ୟ ପଛୁଆବର୍ଗ କମିଶନ ତୁରନ୍ତ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ଦାବି କରିଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଶିକ୍ଷା,ସ୍ବାସ୍ଥ୍ୟ,ମତ୍ସ୍ୟ ଓ ପଶୁ ସମ୍ପଦ ଆଦି ଏକାଧିକ ବିଭାଗରେ ସମୁଦାୟ ୭୬୩୩ଟି ପଦବୀ ପାଇଁ ନିଯୁକ୍ତି ବଜ୍ଞାପନ ପ୍ରକାଶ ପାଇଥିଲେ ସୁଦ୍ଧା ଏଥିମଧ୍ୟରୁ ମାତ୍ର ୨୮୮ ଟି ପଦବୀ OBCଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ଉଲ୍ଲେଖ ରହିଛି । ଯାହାକି ମୋଟ ସଂଖ୍ୟାର କେବଳ ମାତ୍ର ୩.୭୭ ପ୍ରତିଶତ ଅଟେ । ଆମ ରାଜ୍ୟ ଏକ OBC ବହୁଳ ରାଜ୍ୟ ଏବଂ ୫୨ ପ୍ରତିଶତରୁ ଅଧିକ ପଛୁଆବର୍ଗର ହୋଇ ଥିବାବେଳେ ଗଞ୍ଜାମ ଜିଲ୍ଲାରେ ପଛୁଆ ବର୍ଗର ସଂଖ୍ୟା ସବୁଠାରୁ ଅଧିକ । ତେବେ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ଶିକ୍ଷିତ ପଛୁଆ ବର୍ଗର ଯୁବକ ଯୁବତୀମାନେ ରୋଜଗାର ପାଇବାରୁ ବଞ୍ଚିତ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁରଥ ।

ଏଣୁ ଏଥିପ୍ରତି ଗୁରୁତର ସହ ବିଚାର କରାଯାଇ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ତ୍ବରାନିତ ନିଷ୍ପତ୍ତି ଗ୍ରହଣ ନ କଲେ BJP ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବା ନେଇ ମଧ୍ୟ ଚେତାବନୀ ଦେଇଛି ଦଳ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓବିସି ମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା ସଭାପତି ମଦନ ମୋହନ ପାତ୍ର, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.