ETV Bharat / city

BJDରୁ ବ୍ରହ୍ମପୁର ଡେପୁଟି ମେୟର ପ୍ରାର୍ଥୀ ହେଲେ ଇ.ବିବେକ ରେଡ୍ଡୀ - ଇ.ବିବେକ ରେଡ୍ଡୀ

ଆଜି ଅନୁଷ୍ଠିତ ହେବ ବ୍ରହ୍ମପୁର ଡେପୁଟି ମେୟର ନିର୍ବାଚନ । ଏନେଇ ବିଜେଡି ଦଳରୁ ଇ.ବିବେକ ରେଡ୍ଡୀ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପ୍ରାର୍ଥୀ ହୋଇଛନ୍ତି । ଅଧିକ ପଢନ୍ତୁ

E. vivek reddy
E. vivek reddy
author img

By

Published : Apr 8, 2022, 10:40 AM IST

ବ୍ରହ୍ମପୁର: ଆଜି ଅନୁଷ୍ଠିତ ହେବ ବ୍ରହ୍ମପୁର ଡେପୁଟି ମେୟର ନିର୍ବାଚନ । ବିଜେଡି ଦଳରୁ ଇ.ବିବେକ ରେଡ୍ଡୀ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପ୍ରାର୍ଥୀ ହୋଇଛନ୍ତି । ୪୨ ନଂ ୱାର୍ଡ କର୍ପୋରେଟର ଇ.ବିବେକ ରେଡ୍ଡୀଙ୍କ ନାଁ ଘୋଷଣା କରିଛି ଦଳ । ତାଙ୍କ ନାମ ଘୋଷଣା କରିଛନ୍ତି ଜିଲ୍ଲା ବିଜେଡି ସଭାପତି ରମେଶ ଚାଉପଟ୍ଟନାୟକ ।

ଇ.ବିବେକ ରେଡ୍ଡୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପ୍ରାର୍ଥୀ ଭାବେ ଦଳର ସୁପ୍ରିମୋ ଚୟନ କରିଥିବା ନେଇ ଘୋଷଣା କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବହୁ କର୍ପୋରେଟର ମାନେ ଏହି ପଦବୀ ପାଇଁ ଆଶାୟୀ ରହିଥିଲେ । ହେଲେ ଶେଷରେ ସର୍ବକନିଷ୍ଠ କର୍ପୋରେଟର ତଥା ସବୁଠାରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ଇ.ବିବେକଙ୍କୁ ଚୟନ କରାଯାଇଛି ।

ବିଜେଡି ହାତକୁ ଏହି ପଦ ଯିବା ନେଇ ଚର୍ଚ୍ଚା ହେଉଛି । 42ଟି ୱାର୍ଡରୁ 30ଟି ୱାର୍ଡରେ ବିଜେଡି କର୍ପୋରେଟର ଜିତିଛନ୍ତି । ଆଜି ସ୍ପଷ୍ଟ ହେବ କିଏ ହେବ ବ୍ରହ୍ମପୁର ମ୍ୟୁନିସିପାଲଟିର ଡେପୁଟି ମେୟର । କିଏ ମାରିବ ବାଜି ଆଉ କିଛି ସମୟ ପରେ ତାହା ସ୍ପଷ୍ଟ ହୋଇଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.